Masthead

ଆଇପିଏଲରେ ଧୋନିଙ୍କ ପାଇଁ କର ବା ମର ସ୍ଥିତି ; ସାମ୍ନାରେ ଏହି ଦଳ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ତ୍ରୟୋଦଶ ସିଜିନର ୨୯ତମ ମ୍ୟାଚରେ ମୁହାଁମୁହିଁ ହେବେ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନ ରାଇଜର୍ସ ହାଇଦ୍ରାବାଦ ଓ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ । ଚେନ୍ନାଇ ସାତଟି ମ୍ୟାଚରୁ ମାତ୍ର ଦୁଇଟି ବିଜୟ ସହ ପଏଣ୍ଟେ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚ ଚେନ୍ନାଇ ପାଇଁ କର ବା ମର ସ୍ଥିତିରେ ପହଁଞ୍ଚିଛି । ଚେନ୍ନାଇ ପଏଣ୍ଟେ ଟେବୁଲରେ ଟପ ଚାରି ମଧ୍ୟରେ ରହିବାକୁ ହେଲେ ଆଗକୁ ଖେଳିବାକୁ ଥିବା ସମସ୍ତ ମ୍ୟାଚକୁ ଜିତିବାକୁ ପଡିବ । ଏପର୍ଯ୍ୟନ୍ତ ଚେନ୍ନାଇ ଖେଳିଥିବା ୭ଟି ମ୍ୟାଚରେ ତା’ର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ପରାଜୟ ବରଣ କରୁଛି । ଆଜିର ମ୍ୟାଚରେ ଦଳ କି ପ୍ରକାର ରଣନୀତି ନେଇ ପଡିଆକୁ ଓହ୍ଲାଉଛି ତାହା ଦେଖିବାର ବିଷୟ ।
ଅପରପକ୍ଷରେ ହାଇଦ୍ରାବାଦ ସାତଟି ମ୍ୟାଚରୁ ତିନୋଟି ବିଜୟ ସହ ପଏଣ୍ଟେ ଟେବୁଲର ପଞ୍ଚମ ସ୍ଥାନରେ ଅଛି । ଆଜି ହାଇଦ୍ରାବାଦ ମଧ୍ୟ ଏହି ମ୍ୟାଚକୁ ଜିତି ପଏଣ୍ଟେ ଟେବୁଲର ଟପ ଚାରି ଦଳ ମଧ୍ୟରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଆଇପିଏଲ ଇତିହାସରେ ଉଭୟ ଦଳ ୧୩ ଥର ସାମ୍ନାସାମ୍ନି ହୋଇଥିବା ବେଳେ ଚେନ୍ନାଇ ୯ଟି ମ୍ୟାଚରେ ବିଜୟ ହୋଇଛି ଏବଂ ହାଇଦ୍ରାବାଦ ୪ଟି ମ୍ୟାଚରେ ବିଜୟ ଲାଭ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ