କାହା ଛତ୍ରଛାୟା ତଳେ ବନ୍ତ କନଷ୍ଟେବଲ ?

ବନ୍ତ, (ବଡ଼ ଖବର ବ୍ୟୁରୋ): ବଦଳିକୁ ୨ ମାସ ବିତିଗଲାଣି । ତଥାପି ଥାନା ଛାଡୁନାହାନ୍ତି କନଷ୍ଟେବଲ । ଭଦ୍ରକ ଜିଲ୍ଲା ବନ୍ତ ଥାନାରେ ଥିବା ଜନୈକ କନଷ୍ଟେବଲଙ୍କ ବଦଳି ଆଦେଶ ପରେବି ଥାନା ଛାଡ଼ିବାକୁ ମନ ବଳାଉନାହାନ୍ତି ଏହି ବାବୁ ଜଣଙ୍କ। ଗତ ଅଗଷ୍ଟ ୧୨ ତାରିଖରେ ବଦଳି ହୋଇଥିଲେ ମଧ୍ୟ ରିଲିଭି ନହେବା ନେଇ ସାଧାରଣରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଥାଉକି, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଦେଶନାମା ୧୭୯୯/ଆର-୧୨ ଅଗଷ୍ଟ ୨୦୨୦ ରିଖରେ ଜିଲ୍ଲା ର ୪ ଜଣ କନଷ୍ଟେବଲଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ଏଥି ମଧ୍ୟରେ ବନ୍ତ ଥାନାର କନଷ୍ଟେବଲ ନୀଳମାଧବ ରାଉତଙ୍କର ବାସୁଦେବପୁର କୋର୍ଟ କୁ ବଦଳି ହୋଇଥିଲା।

ବଦଳି କର୍ମଚାରୀମାନଙ୍କୁ ନୂତନ ସ୍ଥାନରେ ତୁରନ୍ତ ଯୋଗଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା, ମାତ୍ର ଏହା ମଧ୍ୟରେ ୨ ମାସ ବିତିଯାଇଥିଲେ ମଧ୍ୟ ବନ୍ତ ଥାନାର ସମ୍ପୃକ୍ତ କନଷ୍ଟେବଲ ନୀଳମାଧବ ରାଉତ ଅଦ୍ୟାବଧି ଉକ୍ତ ଥାନାରୁ ରିଲିଭ୍ ହେଉନାହାନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କୁ ଜାଣିଶୁଣି ଅବମାନନା କରାଯାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ସାଧାରଣରେ ଅଭିଯୋଗ ହେଉଛି। ସଂପୃକ୍ତ କନଷ୍ଟେବଲ କାହା ଇଙ୍ଗିତରେ ଅଦ୍ୟାବଧି ରିଲିଭ ହେଉନାହାଁନ୍ତି ସେ ନେଇ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି। ଯେତେ ସମ୍ଭବ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର୍ ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ