Masthead

ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଜମ୍ମୁ-କାଶ୍ମୀରରେ ବର୍ଷାର ଆତଙ୍କ । ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ରବିବାର ଭୟଙ୍କର ବନ୍ୟା ସହ ଭୂସ୍ଖଳନ ମଧ୍ୟ ସୃଷ୍ଟି ହୋଇଛି । ଏହି ବିପର୍ଯ୍ୟୟରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି । ରାଜୌରୀ ଜିଲ୍ଲାର ଦରହଲ ନଦୀର ଜଳ ସ୍ତର ହଠାତ୍ ବୃଦ୍ଧି ପାଇବା ଯୋଗୁଁ ପାଖାପାଖି ୨୦୦ରୁ ଅଧିକ ଗାଡି ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇଛି । ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହେବା ସହ ଅନେକ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଛି । ପରିସ୍ଥିତିକୁ ଦେଖି ଉଦ୍ଧାର ପାଇଁ ବିଭିନ୍ନ ସଂସ୍ଥାର ସହଯୋଗରେ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି ।

କିଛି ମିନିଟ୍ ମଧ୍ୟରେ ନଦୀ ଗୁଡିକର ଜଳସ୍ତର ହଠାତ୍ ବଢି ନଦୀବନ୍ଧ ଅତିକ୍ରମ କରିବା ସହ ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଯାଇଥିଲା । ଏହି ବନ୍ୟାରେ ନୂଆ ବସ୍ ଷ୍ଟାଣ୍ଡ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସୂଚନା ଅନୁସାରେ, ନିଖୋଜ ହୋଇଥିବା ଜଣେ ମହିଳାଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଦେଖାଦେଇଥିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକ ଓ ପର୍ୟ୍ୟଟକମାନଙ୍କୁ ବିନା କାରଣରେ ବାହାରକୁ ନ ବାହାରିବାକୁ ଏବଂ ନଦୀନାଳ ଠାରୁ ଦୂରରେ ରହିବାକୁ ଅପିଲ୍ କରାଯାଇଛି । ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପାରେ । ପାଣିପାଗ ବିଭାଗ ଆଗାମୀ ୪୮ ଘଣ୍ଟା ପାଇଁ ଘାଟି ଏବଂ ଜମ୍ମୁ ସଂଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ଚେତାବନୀ ଜାରି କରିଛି । ବିଶେଷ କରି ଜମ୍ମୁ, କଠୁଆ, ସାମ୍ବା, ରାଜୌରୀ, ଡୋଡା, ରାମବନ ଏବଂ କିଶ୍ତୱାଡ଼ ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !  🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !  🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ?