Masthead

ଭାଙ୍ଗିଲା ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ବ୍ରିଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାଙ୍ଗିଲା ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ବ୍ରିଜ । ଆନ୍ଧ୍ର ଓ ଓଡ଼ିଶାକୁ ଯୋଗାଯୋଗ କରୁଥିବା ଇଂରେଜ ଅମଳର ବ୍ରିଜ ଭୁଶୁଡିପଡିଛି । ୧୯୨୯ ମସିହାରେ ତତ୍କାଳୀନ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଏହି ବ୍ରିଜ ନିର୍ମାଣ କରିଥିଲେ । ଆନ୍ଧ୍ରର ଇଚ୍ଛାପୁରମ ଗଞ୍ଜାମ ଜିଲ୍ଲା ମଧ୍ୟରେ ଯୋଗାଯୋଗ ପାଇଁ ବାହୁଦା ନଦୀ ଉପରେ ନିର୍ମାଣ ହୋଇଥିଲା ଏହି ବ୍ରିଜ । ରାମଚନ୍ଦ୍ର ମର୍ଦ୍ଦରାଜ ନାମରେ ନାମିତ ଏହି ବ୍ରିଜକୁ ତତକାଳୀନ ମାଡ୍ରାସ ଗର୍ଭନର ଉଦଘାଟନ କରିଥିଲେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ନିର୍ମାଣ ହୋଇଥିଲା ଏହି ବ୍ରିଜ । ଏହାଦ୍ୱାରା ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର ସହ ଓଡ଼ିଶାର ଅନେକ ଗାଁ ସହ ସଡ଼କ ପଥରେ ଯୋଗାଯୋଗ ସମ୍ଭବ ହୋଇପାରିଥିଲା । ଦୀର୍ଘ ୯୪ ବର୍ଷ ଧରି ଏହି ବ୍ରିଜ ୨ ରାଜ୍ୟର ଲୋକଙ୍କ ଜୀବନରେଖା ପାଲଟିଥିଲା । ଆନ୍ଧ୍ରକୁ ଯିବା ପାଇଁ ଏହା ଥିଲା ସବୁଠାରୁ କମ ଦୂର । ଏବେ ବ୍ରିଜ ଭୁଶୁଡ଼ି ପଡିଥିବାରୁ ଇଚ୍ଛାପୁରମ ଓ ପାତ୍ରପୁର ଅଞ୍ଚଳବାସୀଙ୍କ ଚିନ୍ତା ବଢିଯାଇଛି । ରକ୍ଷଣାବେକ୍ଷଣା ଅଭାବରୁ ଏହି ବ୍ରିଜ ଭୁଶୁଡ଼ି ପଡିଥିବା ସ୍ଥାନୀୟ ଲାକମାନେ ଅଭିଯୋଗ କରିଛନ୍ତି । ମଝିରେ ମଝିରେ ଆନ୍ଧ୍ର ସରକାର ଏହି ପୁରାତନ ବ୍ରିଜର ରକ୍ଷଣାବେକ୍ଷଣା କରୁଥିବା ବେଳେ ଓଡ଼ିଶା ସରକାର ଆଖି ବୁଜି ଦେଇଥିଲେ । ୭୦ ଟନର ଗ୍ରାନାଇଟ ବୋଝେଇ ଏକ ଟଲରର ଗୋଟିଏ ଚକ ବ୍ରିଜ ଉପରେ ପମ୍ପଚର ହୋଇଯାଇଥିଲା । ଦୀର୍ଘ ସମୟ ଧରି ଟଲରଟି ବ୍ରିଜ ଉପରେ ଅଟକି ରହିବାରୁ ଅତ୍ୟଧିକ ଚାପ ଯୋଗୁଁ ରାଜରାଜୁଡା ଅମଳର ବ୍ରିଜ ଭୁଶୁଡ଼ି ପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି