Masthead

ନୟାଗଡ଼ରେ ନୋ ନେଟୱର୍କ

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ଆଜିକାଲି ମୋବାଇଲ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଗଲାଣି । ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଧରୁଛନ୍ତି ମୋବାଇଲ । ନେଟ ନ ହେଲେ ମୁଣ୍ଡ ଟିଣ ହୋଇଯାଉଛି । କିନ୍ତୁ ନୟାଗଡ଼ ଜିଲ୍ଲାରୁ ୧୦୦ରୁ ଊଦ୍ଧ୍ୱର୍ ଗାଁରେ ଆଜି ବି ଠିକସେ ନେଟୱର୍କ ଆସୁ ନ ଥିବା ଦେଖିବାକୁ ମିଳୁଛି । ଅତି ଜରୁରୀ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ କଥା ହେବାକୁ ଦୂରକୁ ମଧ୍ୟ ଯାଉଛନ୍ତି । କେତେକ ସ୍ଥାନରେ ଲୋକେ ଛାତ ଉପରେ ମୋବାଇଲ ରଖୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ମହାମାରୀ ସମୟରେ ଅନଲାଇନରେ କ୍ଳାସ କରାଇବା ଲାଗି ଘୋଷଣା କରାଯାଇଥିଲା । ନେଟୱର୍କ ଆସୁ ନ ଥିବାରୁ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଜି ବି ଅନଲାଇନ କ୍ଳାସ ଏମାନଙ୍କ ଲାଗି ସାତସପନ ହୋଇ ରହିଛି । ସେପଟେ ନେଟୱର୍କ ଆସୁ ନ ଥିବାରୁ କିଛି ଯୁବକ ଶହ ଶହ ଫୁଟ୍ ଉପରେ ଥିବା ପାଣିଟାଙ୍କି ଉପରେ ବସି ମୋବାଇଲ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଜିଲ୍ଲାର ଏମିତି କିଛି ଅପହଞ୍ଚ ଅଞ୍ଚଳ ଅଛି ଯେଉଁଠାରେ କି ଆଜି ବି ନେଟୱର୍କ ପହଞ୍ଚିପାରିନାହିଁ । ଏନେଇ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ