ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ପୁନେରୁ ଡିଆରଡିଓର ବୈଜ୍ଞାନିକ ଗିରଫ । ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ । ପ୍ରଦୀପ ହନିଟ୍ରାପରେ ଫଶି ପାକିସ୍ତାନକୁ ଗୁପ୍ତ ସୂଚନା ସବୁ ଦେଉଥିବା ଅଭିଯୋଗ ହୋଇଛି । କୁରୁଲକର ଦେଶର ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ସେୟାର କରୁଥିଲେ ।
ଏହା ଜଣାପଡିବା ପରେ ତାଙ୍କ ନାମରେ ଏକାଧିକ ମାମଲ ଦାୟର କରାଯାଇ ତାଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ କୁରୁଲକର ହ୍ୱାଟ୍ସଆପ ଜରିଆରେ ଡିଆରଡିଓର ସମସ୍ତ ଗୁପ୍ତତଥ୍ୟ ପାକିସ୍ତାନକୁ ପଠାଉଥିଲେ ।