ଦେବାଶିଷ ବାଛିବେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟିମ ଇଣ୍ଡିଆକୁ ଚୟନ କରିବେ ଓଡ଼ିଆ ଯୁବକ ଦେବାଶିଷ ମହାନ୍ତି । ପୂର୍ବାଞ୍ଚଳ କୋଟା ଜୋନରୁ ସେ ଚୟନ କମିଟିକୁ ମନୋନିତ ହୋଇଛନ୍ତି । ଟିମ ଇଣ୍ଡିଆ ଚୟନ କମିଟିର ଅଧ୍ୟକ୍ଷ ହେବେ ଚେତନ ଶର୍ମା । ଏସମ୍ପର୍କରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅହମଦାବାଦରେ ବାର୍ଷିକ ସାଧାରଣ ପରିଷଦ ବୈଠକ ବସିଥିଲା । ମଦନ ଲାଲଙ୍କ ଅଧକ୍ଷ୍ୟତାରେ ଗଠିତ ୩ ଜଣିଆ ଆଡଭାଇଜାରୀ କମିଟି ଦେବାଶିଷ ମହାନ୍ତଙ୍କ ନାମକୁ ସୁପାରିଶ କରିଥିଲେ । ଏହି ରେସରେ ଶିବସୁନ୍ଦର ଦାସ ଓ ରଣଦୀପ ବୋଷ ରହିଥିବା ବେଳେ ଦେବାଶିଷଙ୍କୁ ମନୋନିତ କରିଥିଲା ଆଡଭାଇଜରି ଟିମ୍ । ଦେବାଙ୍ଗ ଗାନ୍ଧୀଙ୍କ ସ୍ଥାନ ନେବେ ଦେବାଶିଷ । ପଶ୍ଚିମାଞ୍ଚଳ ଜୋନରୁ ସ୍ଥାନ ପାଇଲେ ଆବେ କୁରୁଭିଲ୍ଲା ।

ଦେବାଶିଷ ହେଉଛନ୍ତି ଜଣେ ଅନୁଭବି ଖେଳାଳି । ସେ ଓଡ଼ିଶା ପକ୍ଷରୁ ରଣଜୀରେ ସର୍ବାଧିକ ୱିକେଟ ନେଇଥିବାର ରେକର୍ଡ ମଧ୍ୟ ରହିଛି । ସେ ଟିମ ଇଣ୍ଡିଆ ଲାଗି ମଧ୍ୟ ଖେଳିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ