ମଣିପୁର (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ମଣିପୁର । ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଚାଲିଛି ସଙ୍ଘର୍ଷ । ବିଭିନ୍ନ ସ୍ଥାନରେ ହିଂସା ସମଗ୍ର ମଣିପୁରକୁ ଅଶାନ୍ତ କରିଦେଇଛି । ୮ ଜିଲ୍ଲାରେ କର୍ଫ୍ୟୁ ଲଗାଯିବ ସହିତ ୫ ଦିନ ଯାଏ ପୂରା ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଦଙ୍ଗାକରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଛି । ବଢୁଥିବା ହିଂସାକୁ ରୋକିବା ପାଇଁ ମଣିପୁର ସରକାର ସେନା ଓ ଆସାମ ରାଇଫଲକୁ ଡାକାଇଛନ୍ତି ।
ହିଂସା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୪ହଜାର ଲୋକଙ୍କୁ ସେନା ଶିବିର ଓ ସରକାରୀ କାର୍ଯ୍ୟାଳୟରେ ଆଶ୍ରୟ ଦିଆଯାଇଛି । ମୌତେଇ ସମୁଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ଦାବିକୁ ବିରୋଧ କରି ଏକ ଛାତ୍ର ସଂଗଠନ ଦ୍ୱାରା ଆହ୍ୱାନ ଦିଆଯାଇଥିଲା । ଏହି ଆଦିବାସୀ ଏକତା ମଂଚ ଦ୍ୱାରା ହିଂସା ଆରମ୍ଭ କରାଯାଇଥିଲା ।