ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖଲିସ୍ତାନ କମାଣ୍ଡୋ ଫୋର୍ସ ମୁଖ୍ୟ ତଥା ୱାଣ୍ଟେଡ଼ ଆତଙ୍କବାଦୀ ପରମଜିତ ସିଂହ ପଂଜୱାରକୁ ପାକିସ୍ତାନର ଲାହୋରରେ ଗୁଳି କରି ହତ୍ୟା କରାଯାଇଛି। ବାଇକରେ ଆସି ଦୁଇ ବ୍ୟକ୍ତି ସକାଳ ୬ଟାରେ ଗୁଳିକରି ଫେରାର ହୋଇଛନ୍ତି । ସୂଚନା ଅନୁଯାୟୀ ଗୁଳିକରିବା ସମୟରେ ଏହି ଖଲିସ୍ତାନୀ କମାଣ୍ଡୋଙ୍କ ପାଖରେ ତାଙ୍କର ଜଣେ ସୁରକ୍ଷାକର୍ମୀ ଥିଲେ ।
ପରମଜିତର ସୁରକ୍ଷାକର୍ମୀ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ପରମଜିତ ଶିଖ୍ ବିଦ୍ରୋହ , ହତ୍ୟା, ଡ୍ରଗ୍ଦ ଏବଂ ଅସ୍ତ୍ର ଚୋରାଚାଲାଣରେ ସମ୍ପୃକ୍ତ ଥିଲା। ୧୯୮୬ରେ ସେ କେସିଏଫ୍ରେ ଯୋଗ ଦେଇଥିଲା। ଏହା ପୂର୍ବରୁ ସେ ସୋହଲର ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କରେ କାମ କରୁଥିଲା।