Masthead

ଜନ୍ତରମନ୍ତରରେ ଆନ୍ଦୋଳନସ୍ଥଳକୁ ଯାଇ ସମର୍ଥନ ଜଣାଇବେ ହଜାର ହଜାର କୃଷକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦିଲ୍ଲୀ ଜନ୍ତରମନ୍ତରରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଧାରଣା । ଯୌନ ନିର୍ଯାତନା ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଖେଳାଳିମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଖେଳାଳିମାନଙ୍କ ପ୍ରତି ଦେଶର ଅନ୍ତର୍ଜାତୀୟ କୁସ୍ତି ଖେଳାଳିଙ୍କ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ନୀରଜ ଚୋପ୍ରା, ପୂର୍ବତନ କ୍ରିକେଟର କପିଳ ଦେବଙ୍କ ସହ ଅନେକ କ୍ରୀଡ଼ାବିତ ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି । ଆଉ ଏବେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ହଜାର ହଜାର କୃଷକ ଆସନ୍ତା ୭ରେ ଜନ୍ତରମନ୍ତରରେ ପହଞ୍ଚିବେ।

ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ) ବ୍ୟାନରରେ କୃଷକମାନେ ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜାତୀୟ ସ୍ତରରେ ଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ମେ’ ୭ ତାରିଖରେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ସଂଯୁକ୍ତ କୃଷକ ମୋର୍ଚ୍ଚାର ଅନେକ ବରିଷ୍ଠ ନେତା ଶତାଧିକ କୃଷକଙ୍କ ସହ ଜନ୍ତରମନ୍ତରରେ ଆନ୍ଦୋଳନ ସ୍ଥଳକୁ ଯାଇ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇବେ। ଏସ୍‌କେଏମ୍‌ ନେତାମାନେ ଦିଲ୍ଲୀ ପୁଲିସ କମିଶନର, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟକୁ ଏକ ପ୍ରତିନିଧି ଦଳ ସହ ଯିବେ ଏବଂ ବ୍ରିଜଭୂଷଣ ସିଂହଙ୍କୁ ଗିରଫ କରିବାକୁ ଦାବି କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି