Masthead

ମିଶନ ମୋଦି ହ୍ୟାଟ୍ରିକ୍ ପାଇଁ ବିଜେପି ଟିମ୍ ; ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମିଶନ ମୋଦି ହ୍ୟାଟ୍ରିକ୍ ପାଇଁ ବିଜେପି ଗଠନ କରିଛି ନୂଆ ଟିମ୍ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ମୋଟ୍ ୩୮ଜଣଙ୍କୁ ନେଇ ଗଠିତ ହୋଇଛି ନୂଆ ଟିମ୍ । ଓଡ଼ିଶାର ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି । ଏହି ତାଲିକାରେ ତାଙ୍କ ନାମ ୫ରେ ରହିଛି । ଅନ୍ୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷମାନେ ହେଲେ ଡ. ରମଣ ସିଂ, ଶ୍ରୀମତୀ ବସୁନ୍ଧରା ରାଜେ, ରଘୁବର ଦାସ, ସୌଦାନ ସିଂ, ବୈଜୟନ୍ତ ପଣ୍ଡା, ସୁଶ୍ରୀ ସରୋଜ ପାଣ୍ଡେ, ଶ୍ରୀମତୀ ରେଖା ବର୍ମା, ଶ୍ରୀମତୀ ଡି କେ ଅରୁଣା, ଏମ୍ ଚୌବା ଏଓ, ଅବଦୁଲ୍ଲା କୁଟ୍ଟୀ, ଲକ୍ଷ୍ମୀକାନ୍ତ ବାଜପାୟୀ, ଶ୍ରୀମତୀ ଲତା ଉସେଂଡି, ତାରିକ୍ ମନସୁର । ସେହିପରି ୮ଜଣ ରାଷ୍ଟ୍ରୀୟ ମହାମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ।

ଏମାନଙ୍କ ମଧ୍ୟରେ ଓଡ଼ିଶାରୁ କାହାରି ନାମ ନାହିଁ । ଅରୁଣ ସିଂ, କୈଳାଶ ବିଜୟବର୍ଗୀୟ, ଦୁଷ୍ୟନ୍ତ କୁମାର ଗୌତମ, ତରୁଣ ଚୁଗ୍, ବିନୋଦ ତାୱଡେ, ସୁନୀଲ ବଂଶଲ, ସଞ୍ଜୟ ବନ୍ଦୀ ଓ ରାଧାମୋହନ ଅଗ୍ରୱାଲ । ରାଷ୍ଟ୍ରୀୟ ମହାମନ୍ତ୍ରୀ ସଂଗଠନ ଦାୟିତ୍ୱରେ ଅଛନ୍ତି ବିଏଲ ସନ୍ତୋଷ । ଶିବ ପ୍ରକାଶ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ଅଛନ୍ତି । ରାଷ୍ଟ୍ରୀୟ ସଚିବ ତାଲିକାରେ ଅଛନ୍ତି ୧୩ ନେତା । ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ମଧ୍ୟ କେହି ନାହାନ୍ତି । ଶ୍ରୀମତୀ ବିଜୟା ରାହଟକର, ସତ୍ୟା କୁମାର, ଅରବିନ୍ଦ ମେନନ, ଶ୍ରୀମତୀ ପଙ୍କଜା ମୁଣ୍ଡେ, ଡା, ନରେନ୍ଦ୍ର ସିଂ ରୈନା, ଅଲକା ଗୁର୍ଜର, ଅନୁପମ ହାଜରା, ଓମ୍ ପ୍ରକାଶ ଧୁର୍ବେ, ଋତୁରାଜ ସିହ୍ନା, ଶ୍ରୀମତୀ ଆଶା ଲାକଡ଼ା, କାମକ୍ଷା ପ୍ରସାଦ ତାସା, ସୁରେନ୍ଦ୍ର ସିଂ ନାଗର, ଅନୀଲ ଆଣ୍ଟୋନି । କୋଷାଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ରାଜେଶ ଅଗ୍ରୱାଲ । ସହ କୋଷାଧ୍ୟକ୍ଷ ଭାବେ ତାଙ୍କୁ ସହଯୋଗ କରିବେ ନରେଶ ବଂଶଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା