Masthead

ପାରିବାରିକ କଳହର କରୁଣ ପରିଣତି , ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବସ୍ତା (ବଡ଼ ଖବର ବ୍ୟୁରୋ): ପାରିବାରିକ କଳହର କରୁଣ ପରିଣତି । ନିଜ ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କଲା ସ୍ୱାମୀ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଥାନା ପାଳସିଆ ଗାଁରେ ଘଟିଛି ଏଭଳି ଅଭାବନିୟ ଘଟଣା । ମୃତକ ହେଲେ ସାଧବ ଦାସଙ୍କ ସ୍ତ୍ରୀ ମାମା ଦାସ । ମାମାଙ୍କ ଶବକୁ ଅଖାରେ ଭର୍ତ୍ତି କରି ଫୋପାଡିବାକୁ ଯାଉଥିଲେ । ବାପଘର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବସ୍ତାରେ ଥିବା ଶବକୁ ଦେଖିଥିଲେ ।

ମୃତ ମହିଳାଙ୍କ ୧୦ ବର୍ଷ ପୂର୍ବରୁ ବିବାହ ହୋଇଥିବା ବେଳେ ଅଧିକାଂଶ ଦିନ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେଉଥିଲା । ବିଭିନ୍ନ ସମୟରେ ଶାଶୂଘର ଲୋକେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ତେବେ ଗତକାଲି କୌଣସି କଥାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବାପରେ ଉତକ୍ଷିପ୍ତ ହୋଇ ସ୍ୱାମୀ ପ୍ରଦୀପ ମାମାଙ୍କୁ ଏକ କଟୁରୀରେ ମାରଣାନ୍ତକ ଆକ୍ରମଣ କରିଥିଲେ ।

ପରେ ଶବକୁ ଟ୍ରେନ ଲାଇନକୁ ଫୋପାଡିବାକୁ ନେବା ସମୟରେ ବାପଘର ଲୋକେ ପହଞ୍ଚିବାରୁ ସ୍ୱାମୀ , ଶ୍ବଶୁରଙ୍କ ସମେତ ବାପ ଘର ଲୋକେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ବାପଘର ଲୋକେ ବସ୍ତା ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ମୃତ ମହିଳାଙ୍କ ଶାଶୁ ଏବଂ ଦିଅରଙ୍କୁ ଥାନାରେ ଅଟକ ରଖôଛି । ଶବକୁ ଜବତ କରି ଘଟଣା ର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ