Masthead

କଙ୍ଗୋରେ ବାଦଲଫଟା ବର୍ଷା, ୨୦୦ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋରେ ବାଦଲ ଫଟା ବର୍ଷା । ଭୀଷଣ ବୃଷ୍ଟିପାତଜନିତ ଆକସ୍ମିକ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟ ୨୦୦ ଅତିକ୍ରମ କରିଛି । ଯାହାକୁ ନେଇ ଦକ୍ଷିଣ କିବୁ ପ୍ରଦେଶର ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି । ଶନିବାର ସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଛି। ଗୁରୁବାର ଦକ୍ଷିଣ କିବୁ ପ୍ରଦେଶର କାଲେହେ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା ।

ନଦୀ ସବୁ କୂଳଲଙ୍ଘି ବୁଶୁଶୁ ଏବଂ ନ୍ୟାମୁକୁବି ଗାଁ’କୁ ବନ୍ୟାପ୍ଳାବିତ କରିଥିଲା। ନ୍ୟାମୁକୁବିରେ ସାପ୍ତହିକ ହାଟ ବସିଥିବା ବେଳେ ପାହାଡ଼ ଧସି ପଡ଼ିବାରୁ ଅନେକ ଲୋକ ପୋତି ହୋଇଯାଇଥିଲେ । ସେପଟେ ନିଖୋଜ ହୋଇଯାଇଥିବା ଅନେକ ଲୋକଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି। ନ୍ୟାମୁକୁବି ଗାଁରେ ଉଦ୍ଧାରକାରୀମାନେ ମୃତବ୍ୟକ୍ତିଙ୍କୁ ଖୋଜିବା ନିମନ୍ତେ କାଦୁଅ ଏବଂ ଭଙ୍ଗାରୁଜା ଘରମାନଙ୍କରେ ତଲାସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ