Masthead

ମଣିପୁର ହିଂସା, ୨୩୦୦୦ ଲୋକେ ଉଦ୍ଧାର

ମଣିପୁର (ବଡ଼ ଖବର ବ୍ୟୁରୋ):  ଅଣାୟତ ହେବାରେ ଲାଗିଛି ମଣିପୁର ହିଂସା । ଅଣଆଦିବାସୀଙ୍କୁ ଆଦିବାସୀ ମାନ୍ୟତା ଦାବି ବିରୋଧରେ ମଣିପୁରରେ ହିଂସା ଲାଗିରହିଛି । ମଣିପୁରେ ବିଭିନ୍ନ ଅଞ୍ଚଳରେ ହିଂସା ଥମିଥିଲେ ବି ଏବି ଉତ୍ତେଜନା ଲାଗିରହିଛି । ଭାରତୀୟ ସେନା ଓ ଆସାମ ରାଇଫଲସ ଯବାନଙ୍କୁ ମଣିପୁରେ ଶାନ୍ତିରକ୍ଷା ପାଇଁ ନିୟୋଜିତ କରାଯାଇଛି । ଏବେ ସୁଦ୍ଧା ମଣିପୁରରୁ ୨୩୦୦୦ ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ, ସେନାର ହସ୍ତକ୍ଷେପ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ହିଂସା ବନ୍ଦ ହୋଇଯାଇଛି।

ସକାଳ ୭ଟାରୁ ୧୦ଟା ଯାଏ କର୍ଫ୍ୟୁ ସମୟକୁ କୋହଳ କରାଯାଇଛି । ସେନା ଓ ଆସାମ ରାଇଫଲ୍‌ସ ଯବାନମାନେ ୯୬ ଘଣ୍ଟା ଧରି ହିଂସାପ୍ରବଣ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ କରିଥିଲେ ଓ ସ୍ୱାଭାବିକତା ସ୍ବାଭାବିକତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। ତା’ପରେ ଆଉ କୌଣସି ନୂଆ ହିଂସା ଦେଖିବାକୁ ମିଳିନାହିଁ। ଶାନ୍ତି ଫେରିବା ଦେଖି ଆଜି ସକାଳ ୭ଟା ରୁ ୧୦ଟା ଯାଏ ଚୁରାଚାନ୍ଦପୁର ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଛି । ଚୁରାଚାନ୍ଦପୁରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଗତ ୨୪ ଘଣ୍ଟା ଭିତରେ ସେନା ପକ୍ଷରୁ ଆକାଶମାର୍ଗରୁ ପରିସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଇମ୍ଫାଲ ଉପତ୍ୟକାରେ ସେନା ହେଲିକପ୍ଟର ମଧ୍ୟ ବୃଦ୍ଧି କରାଯାଇଛି ।

ଗତ ବୁଧବାର ଠାରୁ ଇମ୍ଫାଲ ଉପତ୍ୟକାର ପ୍ରାଧାନ୍ୟ ସମ୍ପ୍ରଦାୟ ମେଟାଇସ୍ ଏବଂ ସମୁଦାୟ ରାଜ୍ୟ ଜନସଂଖ୍ୟାର ୫୩% ରୁ ଅଧିକ ଏବଂ ପାହାଡ ଜିଲ୍ଲାରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ବିଶେଷ କରି କୁକିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ହିଂସାରେ ଗତ ଶନିବାର ମୃତ୍ୟୁସଂଖ୍ୟା ୫୫କୁ ବୃଦ୍ଧି ପାଇଥିଲା। ତେବେ କ୍ଷତିକ୍ଷତି ପରିମାଣ ଓ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଆକଳନ କରାଯାଇପାରି ନାହିଁ। ମଣିପୁରରେ ହୋଇଥିବା ହିଂସା ପାଇଁ ବିଜେପିକୁ ନିନ୍ଦା କରିଛି କଂଗ୍ରେସର ଶଶି ଥରୁର । ସୁଶାସନ ଦେବାକୁ ପ୍ରତିବଦ୍ଧ ବିଜେପି ସରକାର ଏହିପରି ସୁଶାସନ ଦେଉଛନ୍ତି ବୋଲି ସେ ଟ୍ବିଟ୍ କରି ତାଚ୍ଛଲ୍ୟ କରିଛନ୍ତି। ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣିଥିବା ମଣିପୁରବାସୀ ପ୍ରତାରିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଶାସନ ଚଳାଇପାରୁ ନ ଥିବାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବା ଦରକାର ବୋଲି ସେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ