Masthead

ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଭେଟି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଦେଶର ଅର୍ଥନୀତିରେ ଗଭୀର ପ୍ରଭାବ ପକାଇଛି। ଏହା ସତ୍ତେ୍ୱ ଜିଏସଟି ପରିଷଦର ୪୩ ତମ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁର୍ଗାପୂଜା ପୂର୍ବରୁ ସରକାର୍ରୀ କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ଏବଂ ଟ୍ରାଭେଲ୍ ଛୁଟି ଭତ୍ତା (ଏଲଟିସି) ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି ଯେ ପୂଜା ସମୟରେ ଅଧିକ ଖର୍ଚ୍ଚର ଚାହିଦା ମେଣ୍ଟାଇବା ପାଇଁ ଆଗୁଆ ଅର୍ଥ ପ୍ରଦାନ କରାଯିବ। ସେ କହିଛନ୍ତି ଯେ ଏଲଟିସି କ୍ୟାସ ଭାଉଚର ସ୍କିମ ଏବଂ ସ୍ୱତନ୍ତ୍ର ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଆରମ୍ଭ କରାଯିବ। ଏଲଟିସି ଏବଂ ପର୍ବପର୍ବାଣୀ ପାଇଁ କେନ୍ଦ୍ର ୩୬,୦୦୦ କୋଟି ଟଙ୍କା ଏବଂ ରାଜ୍ୟଗୁଡିକ ୩୭,୦୦୦ କୋଟି ଟଙ୍କା ପ୍ରଦାନ କରିବେ । ଏହାଦ୍ୱାରା ମୋଟ ୭୩,୦୦୦ କୋଟି ହେବ। ଯଦି ଏହି ଅର୍ଥ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଏ ତେବେ ଅର୍ଥନୀତିର ମୋଟ ଚାହିଦା ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ ବୋ ଲି କେନ୍ଦ୍ର ଅର୍ଥମନ୍ତ୍ରୀ ଆଶା କରିଛନ୍ତି ।
ଆଗାମୀ ୬ମାସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଉପଲବ୍ଧ ହେବ । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଚାହିଁଲେ ୧୦,୦୦୦ ଟଙ୍କା ନେଇପାରିବେ । ଏହି ଟଙ୍କା ୩୧ ମାର୍ଚ୍ଚ ୨୦୨୧ ପରଠାରୁ କର୍ମଚାରୀମାନେ ୧୦ଟି କିସ୍ତିରେ ପରିଶୋଧ କରିବେ । ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଅଗ୍ରୀମ ଯୋଜନାରେ ୪,୦୦୦ କୋଟି ଟଙ୍କା ଖର୍ଚ୍ଚ
ଟ୍ରାଭେଲ ଛୁଟି ଭତ୍ତା (ଏଲଟିସି) ନଗଦ ଯୋଜନା ଅଧୀନରେ ସରକାରୀ କର୍ମଚାରୀମାନେ ବିଶେଷ ଉପକୃତ ହେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । କର୍ମଚାରୀମାନଙ୍କୁ ଟ୍ରେନ୍ କିମ୍ବା ବିମାନର ଭଡା ନଗଦ ଭାଉଚର ମାଧ୍ୟମରେ ପାଇବେ । ଏହା ଟିକସମୁକ୍ତ ହେବ । ଏହି ସୁବିଧା ରାଷ୍ଟ୍ରାୟତ ଉଦ୍ୟୋଗ, ସାଧାରଣ ଉଦ୍ୟୋଗ ଓ ସରକାରୀ ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ଦିଆଯିବ। ଏଲଟିସି ପାଇଁ ସରକାରଙ୍କର ଖର୍ଚ୍ଚ ୫,୬୭୫ କୋଟି ଟଙ୍କା ହେବ। ପିଏସୟୁ ଏବଂ ବ୍ୟାଙ୍କଗୁଡିକୁ ୧,୯୦୦ କୋଟି ପ୍ରଦାନ କରାଯିବ । ରାଜ୍ୟ ସରକାର ଏବଂ ବେସରକାରୀ ସଂସ୍ଥା ଏଲଟିସି କାର୍ୟ୍ୟକାରୀ କରିପାରିବେ । ଏହାଦ୍ୱାରା ଅତିରିକ୍ତ ଆୟ ୨୮,୦୦୦ କୋଟି ଟଙ୍କା ହେବ । ଗରିବ ଲୋକେ ମଧ୍ୟ ଉପକୃତ ହେବେ ବୋଲି ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ