Masthead

ପଡ଼ିଆରେ ହାର୍ଦ୍ଦିକ-କୃନାଲ ଲଢେଇ, ଜିତିଲା ସାନ ଭାଇ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କ୍ରିକେଟ ପଡ଼ିଆରେ ଭାଇ ଭାଇ ଲଢେଇ । ଜିତିଲା ସାନ ଭାଇ । ପରିବାର ବି ଖୁସି । ଆଇପିଏଲରେ ପ୍ରଥମ ଥର ପାଇଁ ୨ ଦଳର ନେତୃତ୍ୱ ନେଇଥିଲେ ୨ ଭାଇ । ହାର୍ଦ୍ଦିକ ପାଣ୍ଡ୍ୟା-କୃନାଲ ପାଣ୍ଡ୍ୟା । ଗୁଜରାଟ ଟାଇଟନ୍ସର କ୍ୟାପଟେନ ହାର୍ଦ୍ଦିକ ଏବଂ ଲକ୍ଷ୍ନୌ ସୁପର୍ ଜାଏଣ୍ଟସର କ୍ୟାପଟେନ କୃନାଲ ପାଣ୍ଡ୍ୟା । ପଡିଆରେ ମୁହାଁମୁହିଁ ହୋଇଥିଲେ ୨ ଦଳ । ବଡ଼ ଭାଇ କୃନାଲ ପ୍ରଥମ ପାଳି ବେଳେ ହାର୍ଦ୍ଦିକଙ୍କ କ୍ୟାଚ୍‌ ନେଇଥିଲେ। କିନ୍ତୁ ମ୍ୟାଚ୍‌ ଜିତିଗଲେ ସାନ ଭାଇ ହାର୍ଦ୍ଦିକ।

ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମାଚ୍‌ରେ ଗୁଜରାଟ ଟାଇଟନ୍ସ ୫୬ ରନ୍‌ରେ ଏକତରଫା ଭାବେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ପରାସ୍ତ କରି ପ୍ଲେ ଅଫ୍‌ ଯୋଗ୍ୟତାକୁ ନିଶ୍ଚିତ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ ୧୧ଟି ମ୍ୟାଚରୁ ୮ଥର ବିଜୟ ହୋଇ ଶୀର୍ଷରେ ରହିଛି । କୃନାଲଙ୍କ ଟିମ ୧୧ଟି ମ୍ୟାଚରୁ ୫ଟି ମ୍ୟାଚ ହାରିଛି । ରବିବାରର ମ୍ୟାଚରେ କୃନାଲ ପାଣ୍ଡ୍ୟା ଟସ୍ ଜିତି ଫିଲ୍ଡିଂ କରିଥିନଲେ। ଗୁଜରାଟ ବ୍ୟାଟିଂ କରି ୨୨୭ ରନ କରିଥିଲା । ଏହା ଥିଲା ଆଇପିଏଲରେ ଗୁଜରାଟର ସର୍ବୋଚ୍ଚ ଦଳମତ ସ୍କୋର ।

 

ପୂର୍ବରୁ ଆଇପିଏଲରେ ୨ ଭାଇ ୨ ଦଳରେ ରହି ପରସ୍ପର ମୁକାବିଲାରେ ଅବତୀର୍ଣ୍ଣ ହେବା ଦେଖିଛେ। କିନ୍ତୁ ୨ ଭାଇ ୨ ଦଳର ନେତୃତ୍ୱ ନେଇ ପରସ୍ପର ମଧ୍ୟରେ ଲଢେଇ କରିବା ପ୍ରଥମ । ଟସ୍‌ ବେଳେ ମଧ୍ୟ ଦୁଇ ଭାଇ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଦୁଇ ଭାଇ ପରସ୍ପର ବିପକ୍ଷରେ ଲଢୁଥିଲେ ମଧ୍ୟ ଉଭୟଙ୍କ କାନ୍ଧରେ ନେତୃତ୍ୱ ଭାର ରହିଥିବାରୁ ପାଣ୍ଡ୍ୟା ପରିବାର ଲୋକମାନେ ବହୁତ ଖୁସି ହୋଇଥିଲେ। ଶେଷରେ ବଡ଼ ଭାଇଙ୍କୁ ବିପକ୍ଷରେ ସାନ ଭାଇ ଜିତାପଟ ମାରିଥିଲେ। କିନ୍ତୁ ବଡ ଭାଇ ବେଶ ଉତ୍ସାହିତ ଥିଲେ । କୃନାଳ ପାଣ୍ଡ୍ୟା କହିଛନ୍ତି ‘ବହୁଦିନର ସ୍ବପ୍ନ ସତ ହେଲା, ଆମେ ନିଜ ନିଜ ଦଳର ନେତୃତ୍ୱ ନେଇ ଲଢ଼େଇକୁ ଓହ୍ଲାଇଛୁ’ । ‘ଆଜି ଆମ ପରିବାର ପାଇଁ ଭାବପ୍ରବଣର ଦିନ ଥିଲା, ଆମ ବାପା ଗର୍ବ ଅନୁଭବ କରୁଛନ୍ତି’ ବୋଲି ୨୯ ବର୍ଷୀୟ ହାର୍ଦ୍ଦିକ କହିଛନ୍ତି।

ଭାଇ-ଭାଇ ଭାବରେ ଇର୍ଫାନ ପଠାନ ଓ ୟୁସୁଫ ପଠାନ, ମାଇକେଲ ହସି ଓ ଡେଭିଡ ହସି, ଟମ କରନ୍‌ ଓ ସାମ କରନ୍‌, ସନ୍‌ ମାର୍ସ ଓ ମିଚେଲ ମାର୍ସ, ଆବି ମର୍କେଲ ଓ ମର୍ନି ମର୍କେଲ, ଦୀପକ ଚହର ଓ ରାହୁଲ ଚହର, ବ୍ରେଣ୍ଡନ ମ୍ୟାକ୍‌ଲମ ଓ ନାଥନ ମ୍ୟାକ୍‌ଲମ, ଡ୍ବେନ ବ୍ରାଭୋ ଓ ଡାରେନ ବ୍ରାଭୋ ଏବଂ ଡୁଆନ୍‌ ଜାନସେନ ଓ ମାର୍କୋ ଜନସନ ଆଇପିଏଲ୍‌ ଖେଳିଛନ୍ତି। ହେଲେ ପ୍ରଥମ ଥର ପାଇଁ ହାର୍ଦିକ୍‌ ଓ କୃନାଲଙ୍କୁ ଭିନ୍ନ ଦଳରେ ନେତୃତ୍ୱ ନେଇ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି