Masthead

ସ୍ୱତନ୍ତ୍ର ମାନ୍ୟତା ଅପେକ୍ଷାରେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର (ବଡ଼ ଖବର ବ୍ୟୁରୋ):  ୫୦୦ ବର୍ଷ ପୁରୁଣା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ମିଳିନି ମାନ୍ୟତା । ରଥଯାତ୍ରା, ଧନୁଯାତ୍ରା ଭଳି ରାଜ୍ୟର କେତେକ ଜାନିଯାତ୍ରାକୁ ରାଜ୍ୟସରକାର ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଛନ୍ତି । ସୁରୁଖୁରୁରେ ଏହି ଯାତ୍ରା ସମାପନ ପାଇଁ ସରକାର ମଧ୍ୟ ସ୍ୱତନ୍ତ୍ର ଅନୁଦାନ ମଞ୍ଚୁର କରୁଛନ୍ତି । ଏସବୁରୁ ବଞ୍ଚିତ ହୋଇଛି ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା । ଏପରିକି ଶୀତଳଷଷ୍ଠୀ ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନାହିଁ । ଅକ୍ଷୟତୃତୀୟାରେ ଥାଳ ଉଠାଥିଲା ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ।

ଆସନ୍ତା ୨୨ ରେ ହେବ ନିର୍ବନ୍ଧ । ସେହିଦିନ ହିଁ ଦେବଦମ୍ପତ୍ତିଙ୍କ ହେବ ବାହାଘର । ସମ୍ପୂର୍ଣ୍ଣ ମୌଳିକ ରୀତିରେ ଯୁଗଯୁଗ ଧରି ପ୍ରତିବର୍ଷ ପାଳିତ ହେଉଥିବା ଏହି ଶୀତଳଷଷ୍ଠୀ ଯାତ୍ରାକୁ ସରକାରୀ ଅନୁଦାନ ମିଳିବାରେ ଅନିୟମିତତା ଲାଗିରହିଛି । ଫଳରେ ଯାତ୍ରା ପରିଚାଳନାରେ ସୃଷ୍ଟି ହେଉଛି ସମସ୍ୟା । ଶୀତଳଷଷ୍ଠୀ ଯାତ୍ରା ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ମହୋତ୍ସବ । କିଛି ବର୍ଷ ହେବ ରାଜ୍ୟ ସଂସ୍କୃତି ବିଭାଗ ସମ୍ବଲପୁରର ନନ୍ଦପଡ଼ା , ଝାଡ଼ୁଆପଡ଼ା ଓ ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରାକୁ ୪ ଲକ୍ଷ ଲେଖାଏଁ ଅନୁଦାନ ଦେଇଆସୁଛି ।

ମାତ୍ର ଏହା ନିୟମିତ ନୁହେଁ । କେଉଁ ବର୍ଷ ଦେଉଛି ତ କେଉଁ ବର୍ଷ ନୁହେଁ । ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ମିଳିତ ସମନ୍ୱୟ କମିଟି ଏବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛି । ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ସ୍ୱତନ୍ତ୍ର ମାନ୍ୟତା ସହ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିବାକୁ କମିଟି ନିବେଦନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା