Masthead

ଗୋଟିଏ ପାଠାଗାରା ପାଇଁ ୪ ଥର ବିଲ ମଞ୍ଜୁର

ବସ୍ତା(ବଡ଼ ଖବର ବ୍ୟୁରୋ): ପାଠାଗାର ନିର୍ମାଣରେ ଚଞ୍ଚକତା । ଗୋଟିଏ ପାଠାଗାର ନିର୍ମାଣ କରି ଉଠାଯାଇଛି ୪ ଥର ବିଲ୍ । ବାଲୋଶ୍ୱର ଜିଲ୍ଲା ବରୁଣଗଡିଆ ବ୍ୟାଙ୍କ ଉପର ମହଲାରେ ନିର୍ମାଣ କରାଯାଇଥିବା ଏହି ପାଠାଗାର ଅର୍ଥ ହରିଲୁଟର ମାଧ୍ୟମ ସାଜିଛି । ପାଠାଗାର କାନ୍ଥରେ ଥିବା ୪ଟି ସୁଚନା ଫଳକ,୨୦୨୦/୨୧ ଆର୍ଥିକ ବର୍ଷରେ ଦୁଇ ଥର ଅର୍ଥ ମଞ୍ଜୁର ହୋଇଥିବା ବେଳେ ୨୦୨୧/୨୨ ଆର୍ଥିକ ବର୍ଷରେ ଦୁଇଥର ଅର୍ଥ ମଞ୍ଜୁର ହୋଇଥିବା ଲେଖାଯାଇଛି । ସରପଞ୍ଚ କହିଛନ୍ତି ସାଂଘାତିକ ଦୁର୍ନୀତି ହୋଇଛି ।

୨୦୨୦ରେ ପାଠାଗାର ନିର୍ମାଣ ଆରମ୍ଭ ହୋଇଥିଲା । ମାତ୍ର ବ୍ୟୟ ଅଟକଳର ସୂଚନା ଫଳକ ନାହିଁ । କିନ୍ତୁ ୨୦୨୦/୨୧ ରେ ୨ ଲକ୍ଷ ୪୦ ହଜାର, ସେହି ଆର୍ଥିକ ବର୍ଷରେ ପୁଣି ୫୦ ହଜାର ଟଙ୍କା ମଞ୍ଜୁର ହୋଇଛି । ପୁଣି ୨୯୨୧/୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୬୪ ହଜାର ୩୨ ଟଙ୍କା ଏବଂ ସେହି ୨୦୨୧/୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୨୭ ହଜାର ୭୫୦ ଟଙ୍କା ମଞ୍ଜୁର ହୋଇଛି । ତେବେ ଗୋଟିଏ ଘର ନିର୍ମାଣ ପାଇଁ କିପରି ୪ ଥର ଅର୍ଥ ମଞ୍ଜୁର କରାଗଲା ସମସ୍ତଙ୍କୁ ଚକିତ କରିଛି । ତେଣେ ବିଡିଓ କହିଛନ୍ତି ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ