Masthead

ଥାନାରେ ପହଞ୍ଚିଲା ରାଜପରିବାର କଳି

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):  ବଲାଙ୍ଗିର ରାଜପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ ଅଦ୍ରୀଜା । ରାଜା ଘରର ଗୁମର କଥା ଓ ଘର ଚାରି କାନ୍ଥ ଭିତରେ କୁହୁଳୁଥିବା କଳି ଏବେ ଦାଣ୍ଡରେ ପଡ଼ିଛି । ଦୀର୍ଘ ଦିନରୁ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ଅଦ୍ରୀଜା ଅର୍କେଶ କଳି ମାମଲା ଏବେ ଥାନାକୁ ପହଁଞ୍ଚିଛି । ଖୋଦ୍ ସାନ ବୋହୂ ବଲାଙ୍ଗିର ରାଜ ପରିବାର ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ।

ଶ୍ୱଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ୟାତନା ଦେଉଥିବା ନେଇ ଅଭିଯୋଗ କରିଛିନ୍ତି ଅଦ୍ରୀଜା ସିଂହଦେଓ । ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରୀଜା ସିଂହଦେଓ ଏବେ ଶ୍ୱଶୁର ଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ, ୨୦୧୭ ନଭେମ୍ବର ମାସରେ ଅର୍କେଶ ସିଂହଦେଓ ଅଦ୍ରୀଜାଙ୍କୁ ବିବାହ କରିଥିଲେ । ହେଲେ ବିବାହ ପର ଠାରୁ ତାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ନିର୍ୟାତନା ଅସହ୍ୟ ହେବାରୁ ଶେଷରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରୀଜା ସିଂହଦେଓ ।

ତେବେ ନିର୍ଯାତନା ନେଇ ପୋଲିସକୁ ଜଣାଇଥିଲେ ବି କିଛି ସୁଫଳ ମିଳିନଥିବାରୁ ଅଦ୍ରୀଜା ଉତ୍ତରାଖଣ୍ଡ ଡିଜିପି ଅଫିସରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ଡିଜିପିଙ୍କ ନିକଟରେ ଗୁହାରି କରିଛନ୍ତି । ଅଦ୍ରୀଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂହଙ୍କ ନାତୁଣୀ ହୋଇଥିବା ବେଳେ ଅର୍କେଶ ନାରାୟଣ ସିଂହଦେଓ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ।

ବଲାଙ୍ଗିର ରାଜନୀତିରେ ସକ୍ରିୟ ରହିଥିବା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ସିଂହଦେଓ ଗତ କିଛି ମାସ ହେଲା ଦେଖା ଦର୍ଶନ ନାହିଁ । ପାରିବାରିକ ବିବାଦ ଯୋଗୁଁ ବଲାଙ୍ଗିରରୁ ଉଭାନ ହୋଇ ଯାଇଛନ୍ତି ଅର୍କେଶ । ସେପଟେ ବଲାଙ୍ଗିର ବିଜେଡିର ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି । କାରଣ ଅର୍କେଶ ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା ବେଳେ ମନ୍ମଥ ସକ୍ରିୟ ହେବାରେ ଲାଗିଛନ୍ତି । ଏପରିକି ଟିକେଟ ମିଳିଲେ ନିର୍ବାଚନ ଲଢିବେ ବୋଲି ବି କହିଛନ୍ତି ମନ୍ମଥ । ଅନ୍ୟପଟେ ପାରିବାରିକ ବିବାଦ ଯୋଗୁଁ ବଲାଙ୍ଗିର ରାଜନୀତିରୁ ଟିକେ ଦୁରେଇ ଯାଇଛନ୍ତି ଅର୍କେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି