Masthead

ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ

ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । ପାରାଲିମ୍ପିକ୍ସରେ ଭାରତକୁ ସଫଳତା ପରେ ସଫଳତା ମିଳି ଚାଲିଛି । ଆଉ ଆଜି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ୨୨ ବର୍ଷୀୟ ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନାଗର । ଏସଏଚ୍ ବର୍ଗରେ ସେ ଏହି ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନରେ ଭାରତ ପାଇଁ ଏହା ହେଉଛି ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଗତକାଲି ଓଡିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗିସ୍ଲ ଏସଏଲ୍ ୩ ବର୍ଗରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ସ୍ୱର୍ଣ୍ଣିମ ଇତିହାସ ରଚିଥିଲେ ।

ଆଉ ଆଜି ୨୨ ବର୍ଷୀୟ ବ୍ୟାଡମିଣ୍ଟନ ପ୍ଲେୟର କୃଷ୍ଣ ନାଗର ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି । ଫାଇନାଲରେ କୃଷ୍ଣଙ୍କ ମୁକାବିଲା ହଂକଂର ମାନ୍ କାଇ ଚୁଙ୍କ ସହିତ ହୋଇଥିଲା । ଏହି ଖେଳ ଶେଷ ହେବା ପାଇଁ ୪୩ ମିନିଟ୍ ଲାଗିଥିଲା । ଏହି ମ୍ୟାଚକୁ ୨୧-୧୭,୧୬-୨୧ଓ ୨୧-୧୭ ଗେମରେ ଜିତିଥିଲେ ସ୍ୱର୍ଣ୍ଣ । ଗତକାଲି ସେମିଫାଇନାଲରେ ଗ୍ରେଟ ବ୍ରିଟେନର କ୍ରାୟଷ୍ଟେନ କୋମ୍ବସଙ୍କୁ ୨୧-୧୦ ଓ ୨୧-୧୧ ରେ ହରାଇ ପ୍ରବେଶ କରିଥିଲେ ଫାଇନାଲରେ । ଏହା ପରେ ଆଉ ଏକ ପଦକ ପକ୍କା କରିଥିଲେ କୃଷ୍ଣ । କୃଷ୍ଣଙ୍କ ପୂର୍ବରୁ ଯୁବ ଆଇଏଏସ୍ ଅଫିସର୍ ସୁହାସ ୟାଥିରାଜ ରୌପ୍ୟ ପଦକ ଜିତିଥିଲେ । ସେ ଫାଇନାଲରେ ଫ୍ରାନ୍ସର ମଜୁରଙ୍କ ଠାରୁ ୨୧-୧୫,୧୭-୨୧ଓ୧୫-୨୧ ଗେମରେ ହାରି ରୋପ୍ୟ ଜିତିଥିଲେ।

କୃଷ୍ଣଙ୍କ ସ୍ୱର୍ଣ୍ଣ ପଦକ ସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଏଯାବତ୍ ୧୯ ଟି ପଦକ ହାସଲ ହୋଇଛି । ଏହା ମଧ୍ୟରେ ୫ ଟି ସ୍ୱର୍ଣ୍ଣ,୮ଟି ରୋପ୍ୟ ସହିତ ୬ ଟି ବ୍ରୋଞ୍ଚ ପଦକ ରହିଛି । ଏଥି ମଧ୍ୟରୁ କେବଳ ବ୍ୟାଡମିଣ୍ଟନରେ ୪ ଟି ପଦକ ମିଳିଛି । ଦୁଇଟି ସ୍ୱ୍ର୍ଣ୍ଣ କୃଷ୍ଣ ଓ ଭଗତ ଜିତିଛନ୍ତି । ସେହିପରି ପୁରୁଷ ପିସ୍ତଲ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼