Masthead

ପୋଲିସ ତଦନ୍ତ ନିରପେକ୍ଷ ହେଉ ବୋଲି କଂଗ୍ରେସ ଦାବି

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ): ବିବାଦରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା । ତାଙ୍କ ବୋହୂ ରୋନାଲି ବେହେରା ବାଙ୍କି ଥାନାରେ ଆଣିଛନ୍ତି ଯୌତୁକ ନିର୍ୟାତନା ପରି ସଙ୍ଗିନ ଅଭିଯୋଗ । ଶଶିଭୂଷଣଙ୍କ ପରିବାରର ପାଞ୍ଚ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ବୋହୂ ରୋନାଲି । ଶଶିଭୂଷଣ, ତାଙ୍କ ସ୍ତ୍ରୀ, ପୁଅ ଓ ପରିବାରର ଅନ୍ୟ ଦୁଇଜଣଙ୍କ ନାମରେ କରିଛନ୍ତି ଅଭିଯୋଗ । ରୋନାଲିଙ୍କ ଅଭିଯୋଗ ପରେ ଶଶିଙ୍କ ନିର୍ବାଚନମଣ୍ଡଳି କେନ୍ଦ୍ରାପଡ଼ାରେ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଜେପି ପକ୍ଷରୁ ତିନି ମୁହାଣୀ ଛକରେ ଶଶିଭୂଷଣଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପୋଲିସ ତଦନ୍ତ ନିରପେକ୍ଷ ହେଉ ବୋଲି କଂଗ୍ରେସ ଦାବି କରିଛି । ଯଦି ଘଟଣାରେ ସତ୍ୟତା ରହିଛି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା । ସେପଟେ ଏପରି ଘଟଣା ନିନ୍ଦନୀୟ । ତୁରନ୍ତ ଏହାର ଆପୋସ ବୁଝାମଣା କରନ୍ତୁ ଶଶିଭୂଷଣ । ଯଦି ଆପୋସ ବୁଝାମଣା ହୋଇ ପାରୁନି ତେବେ ଆଇନ ତା’ ବାଟରେ ଯାଉ । ପୀଡିତା ନ୍ୟାୟ ପାଉ ବୋଲି କହିଛନ୍ତି ପିସିସି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ