Masthead

ପୋଲିସ ତଦନ୍ତ ନିରପେକ୍ଷ ହେଉ ବୋଲି କଂଗ୍ରେସ ଦାବି

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ): ବିବାଦରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା । ତାଙ୍କ ବୋହୂ ରୋନାଲି ବେହେରା ବାଙ୍କି ଥାନାରେ ଆଣିଛନ୍ତି ଯୌତୁକ ନିର୍ୟାତନା ପରି ସଙ୍ଗିନ ଅଭିଯୋଗ । ଶଶିଭୂଷଣଙ୍କ ପରିବାରର ପାଞ୍ଚ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ବୋହୂ ରୋନାଲି । ଶଶିଭୂଷଣ, ତାଙ୍କ ସ୍ତ୍ରୀ, ପୁଅ ଓ ପରିବାରର ଅନ୍ୟ ଦୁଇଜଣଙ୍କ ନାମରେ କରିଛନ୍ତି ଅଭିଯୋଗ । ରୋନାଲିଙ୍କ ଅଭିଯୋଗ ପରେ ଶଶିଙ୍କ ନିର୍ବାଚନମଣ୍ଡଳି କେନ୍ଦ୍ରାପଡ଼ାରେ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଜେପି ପକ୍ଷରୁ ତିନି ମୁହାଣୀ ଛକରେ ଶଶିଭୂଷଣଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପୋଲିସ ତଦନ୍ତ ନିରପେକ୍ଷ ହେଉ ବୋଲି କଂଗ୍ରେସ ଦାବି କରିଛି । ଯଦି ଘଟଣାରେ ସତ୍ୟତା ରହିଛି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା । ସେପଟେ ଏପରି ଘଟଣା ନିନ୍ଦନୀୟ । ତୁରନ୍ତ ଏହାର ଆପୋସ ବୁଝାମଣା କରନ୍ତୁ ଶଶିଭୂଷଣ । ଯଦି ଆପୋସ ବୁଝାମଣା ହୋଇ ପାରୁନି ତେବେ ଆଇନ ତା’ ବାଟରେ ଯାଉ । ପୀଡିତା ନ୍ୟାୟ ପାଉ ବୋଲି କହିଛନ୍ତି ପିସିସି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ