Masthead

ବିଦ୍ୟୁତ୍ ନାହିଁ ତ ଟଙ୍କା ନାହିଁ

ବୀରମହାରାଜପୁର (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟାଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ସେବା ସମ୍ପୂର୍ଣ ବିଫଳ ହେଉଥିବା ଦେଖିବାକୁ ମିଳିଛି । ଟିକିଏ ବିଦ୍ୟୁତ୍ କାଟ ହେଲେ ଏହି ବ୍ୟାଙ୍କର କାରବାର ଠପ ହୋଇପଡୁଛି । ଏହି ବ୍ୟାଙ୍କ ଉପରେ ସଂଗ୍ରାମପୁର, ପିତାମହୁଲ,କମିରା,ସୁବଳୟା ପ୍ରଭୁତି ପଞ୍ଚାୟତର ଲୋକେ ଟଙ୍କା ନେଣନେଣ କାରବାର କରିଥାନ୍ତି । ମୁଖ୍ୟତଃ ଅଞ୍ଚଳର ସ୍କୁଲ ,ଅଙ୍ଗନବାଡି, ଏସଏଚଜି ଗୋଷ୍ଠୀ ଟଙ୍କା ନେବା ଆଣିବା କରିଥାନ୍ତି ।

ସୁବଳୟା ଏକ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବାରୁ ମୁଖ୍ୟତଃ ଜନସାଧାରଣ ଏହି ବ୍ୟାଙ୍କରୁ ଟଙ୍କା ନେଣନେଣ କରିଥାନ୍ତି । କେତେବେଳେ ଏହି ବ୍ୟାଙ୍କର ଲିଙ୍କ ଫେଲ୍ ତ ଆଉ କେତେବେଳେ ବିଦ୍ୟୁତ୍ ସମସ୍ୟା ଲାଗି ରହିଥାଏ । ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । କେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ବ୍ୟାଙ୍କରେ ଜେନେରେଟର୍ କିମ୍ବା ଇନଭଟର୍ ସାଂଯୋଗ କରିବେ ଓ ଠିକ ଭାବରେ ଗ୍ରାହକମାନଙ୍କୁ ସେବା ଯୋଗାଇଦେବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ