Masthead

ଡେଡଲାଇନ ସରିବା ପରେ କୌଣସି ମୂହୁର୍ତ୍ତରେ ପଶିପାରେ ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ । ଏବେ ଆକ୍ସନ ମୋଡ଼ରେ ପାକିସ୍ତାନ ପୋଲିସ । ଇମ୍ରାନଙ୍କ ଘରେ ୪୦ ରୁ ଅଧିକ ଆତଙ୍କବାଦୀ ଥିବା ଜାଣିବାରେ ପରେ ସଜାଗ ରହିଛି ପୋଲିସ । ଇମ୍ରାନଙ୍କ ଲାହୋରସ୍ଥିତ ଜମାନ ପାର୍କ ବାସଭବନେର ଆରମ୍ଭ ହୋଇପାରେ ପୋଲିସ ଅପରେସନ । ଦିଆଯାଇଥିବା ୨୪ ଘଣ୍ଟାର ଡେଡଲାଇନ୍ ସରିବା ପରେ କୌଣସି ମୁହୂର୍ତ୍ତରେ ଇମ୍ରାନଙ୍କ ଘରେ ପଶିପାରେ ପୋଲିସ ।

ଆତଙ୍କବାଦୀଙ୍କୁ ୨୪ ଘଣ୍ଟା ଭିତରେ ପୋଲିସ ହାତରେ ଅର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆତଙ୍କୀଙ୍କୁ ବାହାର କରିବା ଲାଗି ପୋଲିସ ଅପରେସନ ଆରମ୍ଭ କରିବା ସହ ଇମ୍ରାନଙ୍କ ବାସଭବନକୁ ଘେରି ରହିଛନ୍ତି ପୋଲିସ । ପଞ୍ଜାବ ସୂଚନା ମନ୍ତ୍ରୀ ଆମିର ମୀର କହିଛନ୍ତି- ଇମ୍ରାନଙ୍କ ଘରେ ପ୍ରାୟ ୪୦ ଜଣ ଆତଙ୍କୀ ରହିଛନ୍ତି । ପାକିସ୍ତାନ ଆର୍ମି ଆକ୍ଟ ଓ ଅଫିସିଆଲ ସିକ୍ରେଟସ ଆକ୍ଟ ଅନୁସାରେ ଇମ୍ରାନଙ୍କ ବିଚାର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ