ନବୀନ ନିବାସରୁ ଶଙ୍ଖଭବନ ଜୟପୁର ଚର୍ଚ୍ଚା

ଜୟପୁର(ବଡ଼ ଖବର ବ୍ୟୁରୋ): ଜୟପୁର ହେଉଛି ବିଧାନସଭା ଆସନର ୧୪୩ ନମ୍ବର ସିଟ । କୋରାପୁଟ ସଂସଦୀୟ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏହି ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର । ଟିକେଟକୁ ନେଇ ଏବେ ବି ଲାଗିରହିଛି ବିଜେଡି ଶିବିରରେ ଛକାପଞ୍ଝା । କିଏ ହେବ ପ୍ରାର୍ଥୀ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ବସୁଛି ଘନଘନ ବୈଠକ, ଛିଣ୍ଡୁନି ଅଙ୍କ । ଦଳର ବରିଷ୍ଠ ନେତା ରବି ନନ୍ଦଙ୍କୁ ନେଇ ଟେନସନରେ ଦଳ । ଚର୍ଚ୍ଚା ହେଉଛି ଯଦି ତାଙ୍କୁ କିମ୍ବା ତାଙ୍କ ପରିବାରକୁ ବାଦ ଦିଆ ଯାଏ ସେ ବିଦ୍ରୋହ କରିବେ ! ତେଣୁ ଦଳ ମାପିଚୁପି କରୁଛି ପ୍ରାର୍ଥୀ ଚୟନ ।

ସୁପ୍ରିମଙ୍କ ଠାରୁ ନେଇ ଦଳୀୟ ର୍ଶୀଷ ନେତୃତ୍ୱ କରୁଛନ୍ତି ମାନସମନ୍ଥ । ଆଜିବି ଶଙ୍ଖ ଭବନରେ ହୋଇଥିଲା ଜୟପୁର ସମୀକ୍ଷା । ରବି କହିଛନ୍ତି ଯିଏ ଟିକେଟ ପାଇବ ସେ ନିମିତ୍ତ ମାତ୍ର । ଆମ ଚେହେରା ମୁଖ୍ୟମନ୍ତ୍ରୀ । ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ । ଦ୍ୱନ୍ଦ୍ୱ ଭିତରେ ଜିଲ୍ଲା ସଭାପତି ଝିନ୍ନ ହିକକା କହିଛନ୍ତି ଯାହାର ଲୋକପ୍ରିୟତା ଥିବ ତାକୁ ଫୋକସ କରାଯିବ । ଏଠି ସମସ୍ତେ କର୍ମୀ । ସେପଟେ ବିଜେଡି ପାଇଁ ମୁଣ୍ଡ ବିନ୍ଧା ପାଲଟିଛନ୍ତି ରବିଙ୍କୁ ଦୁଇ ଦୁଇ ଥର ପରାସ୍ତ କରିଆସୁ ଥିବା କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ଫାଇଦା ଉଠାଇବା ପାଇଁ ଛକି ବସିଛି ବିଜେପି । ରାଜନୀତିର ଗୋଳିଆ ପାଣି ଭିତରେ କିଏ ୨୪ରେ ମାରୁଛି ଜୟପୁର ବାଜି ତା ଉପରେ ରାଜ୍ୟର ନଜର ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ