Masthead

ଚର୍ଚ୍ଚାରେ ମୋଦିଙ୍କ ଜାକେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ମୋଦି ଏହି ସମ୍ମିଳନୀରେ ରିସାଇକିଲ୍ ସାମଗ୍ରୀରେ ନିର୍ମିତ ଏକ ଜ୍ୟାକେଟ୍ ପିନ୍ଧିଥିଲେ। ଏହା ମାଧ୍ୟମରେ ସେ ଏକ ପରିବେଶ-ଅନୁକୂଳ ବାର୍ତ୍ତା ପ୍ରଦାନ କରିଥିଲେ। ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରି ଏହାକୁ ଚୂର୍ଣ୍ଣ କରି ତରଳାଇ ରଙ୍ଗ ମିଶାଇ ସୂତା ଉତ୍ପାଦନ କରି ପୁନଃଚକ୍ରିତ କପଡା ତିଆରି ହୁଏ। ଏହି ପ୍ରକ୍ରିୟା ବିଭିନ୍ନ ଉତ୍ପାଦନ ସ୍ତରରେ ନିର୍ଗମନକୁ ବହୁତ କମ୍ କରିଥାଏ।

ଏହି ଜ୍ୟାକେଟ ବିଶ୍ୱକୁ ସ୍ଥିରତାର ବାର୍ତ୍ତା ଦେଇଛି। ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତରେ ଭାରତୀୟ ସଂସ୍କୃତିର ପ୍ରଚାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏହା ପୂର୍ବରୁ ଗତ ଫେବୃୟାରୀ ୮ରେ ପ୍ରଧାନମନ୍ତ୍ରୀ ହାଲୁକା ନୀଳ ରଙ୍ଗର ଜ୍ୟାକେଟ୍ ପିନ୍ଧି ଲୋକ ସଭାରେ ପହଞ୍ଚିଥିଲେ। ପ୍ଲାଷ୍ଟିକ ବୋତଲଗୁଡ଼ିକର ପୁନଃ ବ୍ୟବହାର କରାଯାଇ ସେହି ଜ୍ୟାକେଟ ତିଆରି କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି