Masthead

କେତେ ଦିନ ଆଉ ଓଡ଼ିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବେ: ଗୋଲକ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ୍ତ୍ରିମଣ୍ଡଳ ଅଦଳ ବଦଳକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା । କହିଛନ୍ତି ନୂଆ ବୋତଲରେ ପୁରୁଣା ମଦ । ନୂଆ ମନ୍ତ୍ରୀ ପଦ ମିଳିଥିବା ନେତା ମାନେ ଦକ୍ଷ ଏବଂ ବରିଷ୍ଠ ବୋଲି କହି ମନ୍ତ୍ରୀ ପଦ ଦିଆଗଲା । ଏମାନେ କଣ ଆଗରୁ ଦକ୍ଷ ନଥିଲେ । ଆଗରୁ କାହିଁକି ବାହାର କରାଯାଇଥିଲା । ଏବେ ପୁଣି କାହିଁକି ମନ୍ତ୍ରୀ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି । ସରକାର ଚଳାଉଛି କିଏ ବୋଲି ନଡ୍ଡା କହିଥିଲେ ।

ଆଜି ଯାଏଁ ତାହାର ଉତ୍ତର ଦେଇ ପାରିଲେ ନାହିଁ ସରକାର । ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ବାହାର କରି ଶିକ୍ଷା ସହ ଖେଳ ଖେଳିଲେ । ଖାଲି ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି କରାଯାଉଛି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପାଇଁ ସମୀର ଦାସଙ୍କୁ ବାହାର କଲେ । ଶ୍ରୀକାନ୍ତ ସାହୁଙ୍କୁ ବାହାର କଲେ । ସରକାର ମାନୁଛନ୍ତି ଏମାନେ ଦୋଷୀ ବୋଲି । ତାହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ।

ମନ୍ତ୍ରୀ ବଦଳିଲେ ଶାସନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ ଏଥିରେ କୌଣସି ନୂତନତ୍ବ ନାହିଁ । କେତେ ଦିନ ଆଉ ଓଡ଼ିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବେ । ଯାହା କରୁଛନ୍ତି କେବଳ ଧର୍ମକୁ ଆଖି ଠାର । ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ୨୦୨୪ରେ ସରକାର କରିବ ବିଜେପି । ମନ୍ତ୍ରୀଙ୍କର କୌଣସି ଅଧିକାର ନାହିଁ । ମନ୍ତ୍ରୀ ହେଲେ ନୂଆ କଣ କରିବେ । ମନ୍ତ୍ରୀମାନେ କେବଳ ରବର ଷ୍ଟାମ୍ପ । ରାଜ୍ୟ ସରକାର ଝୁନଝୁନା ଧରେଇ ଦେଇଛନ୍ତି । ଅସନ୍ତୋଷ ଓ ଅନ୍ତଃ କନ୍ଦଳ ଦୂର କରିବା ପାଇଁ ମନ୍ତ୍ରୀ ପଦ ନାରେ ଝୁନଝୁନା ଧରେଇ ଦେଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ