Masthead

ମାଗିଲେ ମିଳୁନି ସୂଚନା

ଚିଲିକା, (ବଡ଼ ଖବର ବ୍ୟୁରୋ): ସୂଚନା ଅଧିକାର ଆଇନରେ ମିଳୁନି ସୂଚନା । ବିଭିନ୍ନ ଆଳ ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି ଲୋକସମ୍ପର୍କ ଅଧିକାରୀ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଚିଲିକା ବ୍ଲକରୁ । ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତ ସୋରଣ ଗ୍ରାମର ସୂଚନା ଅଧିକାର କର୍ମୀ ପ୍ରଦୀପ ବେହେରା ବାତ୍ୟା ସମୟରେ ପଞ୍ଚାୟତକୁ ଆସିଥିବା କିଛି ସାମଗ୍ରୀର ତଥ୍ୟ ଜାଣିବା ପାଇଁ ତା ୨୦୨୦ ଜୁଲାଇ ୩ରେ ଚିଲିକା ବ୍ଲକ ଲୋକସମ୍ପର୍କ ଅଧିକାରୀଙ୍କ ନିକଟରେ ଲିଖିତ ଫର୍ମ ଦାଖଲ କରିଥିଲେ ମଧ୍ୟ ଏଯାବତ ତାଙ୍କୁ କୌଣସି ସୂଚନା ମିଳି ନ ଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ।

ଲୋକସମ୍ପର୍କ ଅଧିକାରୀଙ୍କୁ ଏ ବାବଦରେ ପଚାରିବାରୁ ସେ ତାଙ୍କ କାମ କରିଦେଇଛନ୍ତି କହି ନିଜ ମୁଣ୍ଡରୁ ଦୋଷ ତୁଟାଇ ଦେଇଛନ୍ତି । ଏନେଇ ଗତ ମାସ ୧ ତାରିଖରେ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହକୁ ନେଇ ସେ ରାଜ୍ୟ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ