Masthead

୨ଲକ୍ଷ ୫୬ହଜାର୨୧୮ ଜଣ ଭିନ୍ନକ୍ଷମ ପାଇଛନ୍ତି ସୁବିଧା : ଅଶୋକ ପଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା । କହିଛନ୍ତି ମଧୁବାବୁ ପେନସନ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା,୧୪୬୮ କିନ୍ନର, କୋଭିଡ ଆକ୍ରାନ୍ତ ପରିବାର ର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ହୋଇଛନ୍ତି ଉପକୃତ । ବରିଷ୍ଠ ନାଗରିକଙ୍କ ନିମନ୍ତେ ୭ ଟି ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ କେନ୍ଦ୍ର ଓ ୮୩ ଟି ବୃଦ୍ଧା ଶ୍ରମ କାର୍ଯ୍ୟ କରୁଛି । ୨୦୨୨ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଓ ଶ୍ରବଣ ସହାୟତାରେ ୨୯୭୪ ହିତାଧିକାରୀଙ୍କୁ କୃତିମ ଅଙ୍ଗ ପ୍ରତଙ୍ଗ କରାଯାଇଥିବା ବେଳେ ୬୮୫ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଇଛି ।

ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ୧୦ ଜିଲ୍ଲାରେ ସମ୍ୱନ୍ୱିତ ଭିତ୍ତିଭୂମି କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ କରାଯାଇଛି । ଗତ ୪ ବର୍ଷରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପଂହଁଚିଛି । ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ କେନ୍ଦ୍ର ମନୋଦୟ ପ୍ରତିଷ୍ଠା ହୋଇଛି । ୧୦ ଟି ସମ୍ୱନ୍ୱିତ ଭିତ୍ତିଭୂମି କେନ୍ଦ୍ର ଶ୍ରଦ୍ଧାଲୟ ମଧ୍ୟରୁ କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଠାରେ ୬ ଟି କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଥିବାବେଳେ ସମ୍ବଲପୁରକୁ ଛାଡି ୫ ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ।

ରାଜ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୧୦୪ ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ସମେତ ୮୩ ଟି ବୃଦ୍ଧାଶ୍ରମ,୨୪ ଟି ଭିକ୍ଷୁକ ଥଇଥାନ କେନ୍ଦ୍ର, କିନ୍ନର ଙ୍କ ପାଇଁ ୩ ଟି ପୁନ୍ନନିବାସ କେନ୍ଦ୍ର ଓ ୭୩ ଟି ମାନସିକ ଅସୁସ୍ଥ କେନ୍ଦ୍ର ରହିଛି । ବିଗତ ୪ ବର୍ଷରେ ୧୪୪୦ ଟି ଶିବିର ଆୟୋଜିତ ହୋଇଛି । ଏହି ମାଧ୍ୟମରେ ୨୫୬୨୧୮ ଜଣ ଭିନ୍ନକ୍ଷମ ସୁବିଧା ପାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ