Masthead

ସୁଶାନ୍ତ ସିଂ ନିଜକୁ ପଶ୍ଚିମ ଓଡ଼ିଶା ଭୋଟରଙ୍କ ମାଲିକ ଭାବୁଛନ୍ତି : ପ୍ରଦୀପ ପୁରୋହିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁଶାନ୍ତ ସିଂଙ୍କ ବୟାନ ତାଙ୍କ ଭିତରେ ଥିବା ଭୟକୁ ସୁଚାଉଛି। ତେଣୁ ତୃତୀୟ ମହଲାର ଲୋକଙ୍କୁ ଖୁସି କରିବା ପାଇଁ ସେ ଏଭଳି ବୟାନ ଦେଇଛନ୍ତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି ପଶ୍ଚିମ ଓଡ଼ିଶାର ସବୁ ବିଧାୟକ ଓ ସାଂସଦ ସିଟ ବିଜେଡି ଜିତିବ ଵାହସ୍ପଟ ମାରୁଛନ୍ତି । ସେ ନିଜକୁ ପଶ୍ଚିମ ଓଡ଼ିଶାର ମାଲିକ ଭାବୁଛନ୍ତି। ଜଣେ ମାଲିକ ନ ହେଲେ ଏମିତି କହି ପାରିବନି। ସେ ଯାହାକୁ ଚାହିଁବେ ଲୋକ ତାକୁ ଭୋଟ ଦେବେ ଭାବିବା ଭୁଲ। ତାଙ୍କ ଭିତରେ ଯେଉଁ ଅସନ୍ତୋଷ ଅଛି ତାକୁ ନିଜେ ସମ୍ଭାଳନ୍ତୁ। ତାଙ୍କ ମନରେ ଗର୍ବ ଥିଲା ତାଙ୍କୁ ଛାଡ଼ି ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରୀ କରିବେ ନାହିଁ। ତାଙ୍କୁ ଛାଡି ବିଜୁ ଜନତା ଦଳ ଆଗକୁ ଯିବ ନାହିଁ ।

ଏ ସ୍ୱପ୍ନ ଭାଙ୍ଗି ଗଲା।ତେଣୁ ତାଙ୍କ ସମର୍ଥକମାନେ ଅସନ୍ତୋଷ ହେଲେ । ତୃତୀୟ ମହଲରୁ ଯେତେବେଳେ ଚାପ ଆସିଲା । ତେଣୁ ସେ ଭୟଭୀତ ହୋଇଯାଇଛନ୍ତି । ବିନା ସରକାର ଓ ପୋଲିସ ବିନା ସହାୟତାରେ ତାଙ୍କ କଳା ରାଜୁତି ଚାଲିବ ନାହିଁ। ତେଣୁ ସେ ଭୟଭୀତ ହୋଇ ତୃତୀୟ ମହାଲାକୁ ସନ୍ତୁଷ୍ଟ କରିବା ପାଇଁ ପଶ୍ଚିମ ଓଡ଼ିଶାରେ ସବୁ ବିଧାୟକ ଓ ସାଂସଦ ସିଟ ଜିତିବୁ ବୋଲି କହିଛନ୍ତି। ୨୪ ବର୍ଷରେ ନବୀନ ସରକାର ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରି ପାରି ନାହିଁ। ତେଣୁ ପଶ୍ଚିମ ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ। ସୁଶାନ୍ତ ସିଂ ପ୍ରଥମେ ତାଙ୍କ କଥା ଚିନ୍ତା କରନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍