Masthead

ସୁଶାନ୍ତ ସିଂ ନିଜକୁ ପଶ୍ଚିମ ଓଡ଼ିଶା ଭୋଟରଙ୍କ ମାଲିକ ଭାବୁଛନ୍ତି : ପ୍ରଦୀପ ପୁରୋହିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁଶାନ୍ତ ସିଂଙ୍କ ବୟାନ ତାଙ୍କ ଭିତରେ ଥିବା ଭୟକୁ ସୁଚାଉଛି। ତେଣୁ ତୃତୀୟ ମହଲାର ଲୋକଙ୍କୁ ଖୁସି କରିବା ପାଇଁ ସେ ଏଭଳି ବୟାନ ଦେଇଛନ୍ତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି ପଶ୍ଚିମ ଓଡ଼ିଶାର ସବୁ ବିଧାୟକ ଓ ସାଂସଦ ସିଟ ବିଜେଡି ଜିତିବ ଵାହସ୍ପଟ ମାରୁଛନ୍ତି । ସେ ନିଜକୁ ପଶ୍ଚିମ ଓଡ଼ିଶାର ମାଲିକ ଭାବୁଛନ୍ତି। ଜଣେ ମାଲିକ ନ ହେଲେ ଏମିତି କହି ପାରିବନି। ସେ ଯାହାକୁ ଚାହିଁବେ ଲୋକ ତାକୁ ଭୋଟ ଦେବେ ଭାବିବା ଭୁଲ। ତାଙ୍କ ଭିତରେ ଯେଉଁ ଅସନ୍ତୋଷ ଅଛି ତାକୁ ନିଜେ ସମ୍ଭାଳନ୍ତୁ। ତାଙ୍କ ମନରେ ଗର୍ବ ଥିଲା ତାଙ୍କୁ ଛାଡ଼ି ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରୀ କରିବେ ନାହିଁ। ତାଙ୍କୁ ଛାଡି ବିଜୁ ଜନତା ଦଳ ଆଗକୁ ଯିବ ନାହିଁ ।

ଏ ସ୍ୱପ୍ନ ଭାଙ୍ଗି ଗଲା।ତେଣୁ ତାଙ୍କ ସମର୍ଥକମାନେ ଅସନ୍ତୋଷ ହେଲେ । ତୃତୀୟ ମହଲରୁ ଯେତେବେଳେ ଚାପ ଆସିଲା । ତେଣୁ ସେ ଭୟଭୀତ ହୋଇଯାଇଛନ୍ତି । ବିନା ସରକାର ଓ ପୋଲିସ ବିନା ସହାୟତାରେ ତାଙ୍କ କଳା ରାଜୁତି ଚାଲିବ ନାହିଁ। ତେଣୁ ସେ ଭୟଭୀତ ହୋଇ ତୃତୀୟ ମହାଲାକୁ ସନ୍ତୁଷ୍ଟ କରିବା ପାଇଁ ପଶ୍ଚିମ ଓଡ଼ିଶାରେ ସବୁ ବିଧାୟକ ଓ ସାଂସଦ ସିଟ ଜିତିବୁ ବୋଲି କହିଛନ୍ତି। ୨୪ ବର୍ଷରେ ନବୀନ ସରକାର ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରି ପାରି ନାହିଁ। ତେଣୁ ପଶ୍ଚିମ ଓଡ଼ିଶାବାସୀ ତାର ଉଚିତ ଜବାବ ଦେବେ। ସୁଶାନ୍ତ ସିଂ ପ୍ରଥମେ ତାଙ୍କ କଥା ଚିନ୍ତା କରନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ