ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଳୁଛି ଓଡ଼ିଶା । କଲବଲ ହେଉଛନ୍ତି ଲୋକେ । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ । ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି ।୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହରର ତାପମାତ୍ରା । ଝାରସୁଗୁଡ଼ାରେ ୪୩. ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ତାଳଚେରରେ ୪୩.୨, ଅନୁଗୁଳରେ ୪୩.୧, ସମ୍ବଲପୁରରେ ୪୨.୯ ତାତି ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ରେକର୍ଡ ହୋଇଛି ୪୨.୮ ଡିଗ୍ରୀ ତାପମାତ୍ରା ।
୨୬ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । କେନ୍ଦ୍ରୀୟ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସେହି ସମୟରେ କୁଆପଥର ବର୍ଷା ହୋଇପାରେ। ଏବେ ମୌସୁମୀ ଦୁର୍ବଳ ରହିଛି । ହେଲେ ସାମୟିକ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।