Masthead

‘ଯିଏ ମୁର୍ଖ ସେ ସଂସଦ ଭବନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିବ’

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କହିଛନ୍ତି ଭାରତରେ ସଂସଦ ଭବନ ହେଉଛି ଗଣତନ୍ତ୍ରର ମନ୍ଦିର । ସଂସଦ ଭବନ ଉଦଘାଟନକୁ ନେଇ ଯେଉଁମାନେ ଦ୍ୱନ୍ଦ୍ଵ କରୁଛନ୍ତି, ତାଙ୍କର ଦେଶପ୍ରେମ, ଦେଶଭକ୍ତି କେତେ ଅଛି ଜଣାପଡୁଛି । ଯିଏ ମୁର୍ଖ ହୋଇଥିବ, ନିଜର ମୁର୍ଖାମି କାରଣରୁ ସଂସଦ ଭବନ ଉଦଘାଟନକୁ ନେଇ ଦ୍ୱନ୍ଦ୍ୱ ତିଆରି କରିବ ।

ଆଶା କରୁଛୁ, ସେ ମୁର୍ଖାମିରୁ କଂଗ୍ରେସ ଦଳ ନେତା ଓ ତାଙ୍କର ଭାଇ ବନ୍ଧୁ କୁଟୁମ୍ବ ବିରତ ରହିଲେ, ଦେଶର ମଙ୍ଗଳ ହେବ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ମଙ୍ଗଳ ହେବ ।  ନରସିଂହ ବାବୁ ଜଣେ ଆଇନଜ୍ଞ, ନିଜ ବୁଦ୍ଧି ବିଦ୍ୟା ଓ ବିବେକକୁ ଲଗାଇ ବୋଧେ ସେ ଏହା କହିଛନ୍ତି । ସେ ଭଲରେ ଜାଣିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥା କଣ । ତେଣୁକରି ସେ ବିବେକ ଆପ୍ଲାୟ କରି କହିଛନ୍ତି ନା କଂଗ୍ରେସ ଦଳ କୁ ବଞ୍ଚାଇବାକୁ କହିଛନ୍ତି, ସେକଥା ନରସିଂହ ବାବୁ କହିପାରିବେ । କିନ୍ତୁ ଦୁର୍ଯୋଗର କଥା ସଂସଦ ଭବନ ଉଦଘାଟନକୁ ନେଇ ଦେଶ ବ୍ୟାପୀ ଯେଉଁ ଦ୍ୱନ୍ଦ୍ଵ ତିଆରି କରିବାକୁ ଚେଷ୍ଟା କରୁଛି, ଏହା ସବୁଠୁ ବଡ଼ ଦୁର୍ଭାଗ୍ୟଜନକ କଥା ।

ଏହି ଦୁର୍ଭାଗ୍ୟରେ ନରସିଂହ ବାବୁଙ୍କ ଭଳି ବିଜ୍ଞ ଲୋକ ନିଜକୁ ସାମିଲ ନ କରି ଦୂରେଇ ରହିବା ଶ୍ରେୟସ୍କର  ।  ଯଦି ନରସିଂହ ବାବୁ ଓ କଂଗ୍ରେସ ଦଳ ଏକଥା କହିଥାନ୍ତେ, ଆଜି ତାରିଖରେ ଆମେ ତାଙ୍କୁ ଧନ୍ୟବାଦ ଦେଇଥାନ୍ତୁ ।  ବିଜେଡି ହେଉ କି ୱାଇଏସଆର କଂଗ୍ରେସ ହୁଅନ୍ତୁ, ଯେଉଁ ରାଜନୈତିକ ଦଳ ସଂସଦ ଭବନ ଉଦଘାଟନ ପ୍ରକ୍ରିୟାରେ ସାମିଲ ହେବେ ବୋଲି କହିଛନ୍ତି ସେମାନେ ନିଶ୍ଚିତ ଭାବେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଦେଇଛନ୍ତି । ତେଣୁ ସେମାନଙ୍କୁ ଧନ୍ୟବାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼