Masthead

ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ କୋର୍ଟରେ ପାର୍ସଲ ବୋମା ବିସ୍ପୋରଣର ରାୟ । ଭୁବନେଶ୍ୱରରେ ପ୍ରତିକ୍ରିୟା ରଖିଲେ ଅରୁଣ ବୋଥ୍ରା । ଓଡ଼ିଶାର ଘରେ ଘରେ ବୋଥ୍ରାଙ୍କ ନାମ ବେଶ ପରିଚିତ । ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଆନ୍ତି ଏହି ଆଇପିଏସ୍ ବାବୁ । ଜାମୁକୋଳି ଗପ ଠାରୁ ପାଇଖାନା ଟାଙ୍କିରୁ ଚିଠି ମିଳିବା ପର୍ଯ୍ୟନ୍ତ । ଏ ସମସ୍ତ କାହାଣୀର କାରିଗର ବୋଥ୍ରା ସାହେବ । ରାଜ୍ୟବାସୀ ତାଙ୍କ ସମସ୍ତ ଗପ ଶୁଣିବା ସାରିବା ପରେ ଏବେ ପାଟଣାଗଡ଼ ପାର୍ସଲ ବୋମାକୁ ନେଇ ଖୋଲିଛନ୍ତି ମୁହଁ । ପାଟଣଗାଡ଼ ଏଡିଜେ କୋର୍ଟରେ ମାନ୍ୟବର ବିଚାରପତି ରାୟ ପ୍ରକାଶ କରିଥିବା ବେଳେ ଏ ବାବୁ ଭୁବନେଶ୍ୱର ବସି ରଖିଛନ୍ତି ପ୍ରତିକ୍ରିୟା ।

ଅବଶ୍ୟ ପାଟଣାଗଡ଼ ପାର୍ସଲ ବୋମାର ତଦନ୍ତ ଭାର ଯେତେବେଳେ ବୋଥ୍ରାଙ୍କୁ ନ୍ୟସ୍ତ କରାଯାଇଥିଲା । ରାୟ ପ୍ରକାଶ ପରେ କେଉଁ ଭଳି ଢଙ୍ଗରେ କ’ଣ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ । ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା ଶୁଣାଇଲେ କୋର୍ଟ । ସାମ୍ନାକୁ ଆସିଲେ ଅରୁଣ ବୋଥ୍ରା । ବୋଥ୍ରା ସାହେବ ଗଣମାଧ୍ୟମକୁ ଆସିବାର କାରଣ କ’ଣ? ତାଙ୍କୁ କିଏ କହିଥିଲା ନା ନିଜେ ବାହାବାହା ନେବାକୁ କ୍ୟାମେରା ଆଗକୁ ଚାଲିଆସିଲେ? ଯେତେବେଳେ ତାଙ୍କ ନିକଟରେ ଆଉ କ୍ରାଇମବ୍ରାଞ୍ଚ ବିଭାଗ ନାହିଁ, ସେତେବେଳେ ପ୍ରତିକ୍ରିୟା ଦେବାର ଆବଶ୍ୟକତା ଥିଲା କି? କୋର୍ଟଙ୍କୁ ନିଶ୍ଚିତ ଭାବେ ତଦନ୍ତର ଦିଗ ଉପରେ ଅଗବତ କରିଥିବେ । ହେଲେ ଗଣମାଧ୍ୟମରେ କହିବାର ଅର୍ଥ କ’ଣ? ସାମ୍ନାକୁ ଆସିଲେ ସତ ହେଲେ ପାଟଣାଗଡ ପାର୍ସଲ ବୋମା ବିଷୟରେ କହିଲେ କମ୍ ।

ନଜିର ଗୁଣଗାନ କଲେ ବେଶୀ । ସେଭଳି ମନେହେଲା । ଶୁଣନ୍ତୁ ପୁଣି ଥର । ନିଜର ତଦନ୍ତକୁ ନେଇ କାହିଁକି ଉଠୁଛି ପ୍ରଶ୍ନ ତାକୁ ନେଇ କଲେ ଟାଗେର୍ଟ । ବୋଥ୍ରା କହିଛନ୍ତି କି କୋର୍ଟ ଆମ ତଦନ୍ତଙ୍କୁ ଗ୍ରହଣ କରୁଛନ୍ତି । କିନ୍ତୁ ତାହାକୁ ନେଇ କାହିଁକି ପ୍ରଶ୍ନ ଉଠୁଛି । ବହୁତ ଭଲ କେଶ ପାଇଛୁ ଭଲ ବି କରିଛୁ । କିନ୍ତୁ ବହୁତ ଅପମାନ ପାଇଛୁ । ସେଠୀ ବି ସମ୍ମାନ ଥିଲା ଏଠି ବି ସମ୍ମାନ ରହିଛି । ପାର୍ସଲ ବୋମା କେଶ ଆମ ପାଇଁ ସ୍ପେଶାଲ ଥିଲା ।ବୋଥ୍ରା ସହେବ ପୁଣି ଲୋକଙ୍କୁ ଶୁଣାଇଛନ୍ତି କାହାଣୀ । ପାର୍ସଲ ବୋମା ଘଟଣାରେ ରାୟ ଆସିବା ପରେ ସେ ରାଜ୍ୟବାସୀଙ୍କୁ କହିଛନ୍ତି କି କୌଣସି ପ୍ରମାଣ ନଥିଲା । କିନ୍ତୁ ଆମେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି