Masthead

ମୋବାଇଲ ପାଇଁ ଡ୍ୟାମ ଶୁଖାଇ ନିଲମ୍ବିତ ହେଲେ ସରକାରୀ ବାବୁ

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ଦାମୀ ମୋବାଇଲ ପାଇଁ ଡ୍ୟାମ ଶୁଖାଇଦେଲେ ସରକାରୀ ବାବୁ । ଲଗାତାର ଚାରି ଦିନ ଧରି ଡ୍ୟାମରେ ପମ୍ପ ଲଗାଇ ୨୧ ଲକ୍ଷ ଲିଟର ପାଣି ଖାଲି କରିଦେଲେ । ଛତିଶଗଡ଼ କାଙ୍କେର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । କୋୟଲିବେଡା ବ୍ଲକ ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ୱାସଙ୍କ ଏଭଳି କାର୍ଯ୍ୟ ପାଇଁ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ଏସଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୂଚନା ଅନୁଯାୟୀ, କୋୟଲିବେଡା ବ୍ଲକ ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ୱାସ ସାଙ୍ଗମାନଙ୍କ ସହିତ ପଙ୍ଖାଜୁରରେ ଥିବା ପରଲକୋଟ ଡ୍ୟାମ ନିକଟକୁ ଭୋଜି କରିବା ପାଇଁ ଯାଇଥିଲେ ।

ସେଠାରେ ସେଲଫି ନେଲାବେଳେ ଅସାବଧାନତା ବସତଃ ତାଙ୍କ ହାତରୁ ଫୋନ ଖସି ପାଣିରେ ପଡ଼ିଯାଇଥିଲା । ତେବେ ଫୋନର ଦାମ ୧ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ତେଣୁ ଫୋନକୁ ଖୋଜିବା ପାଇଁ ପ୍ରାୟ ଚାରିଦିନ ଧରି ଆଭିଯାନ ଜାରି ରହିଲା । ଫୋନ ଖୋଜିବା ପାଇଁ ଅଧିକାରୀ ଜଣକ ପ୍ରଥମେ ସ୍ଥାନୀୟ ବୁଡାଳିଙ୍କ ସାହାଯ୍ୟ ନେଇଥିଲେ । ମାତ୍ର ଫୋନ ନମିଳିବାରୁ ପାଣି ଖାଲି କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ସେ ୩୦ ଏଚପିର ପମ୍ପ୍‌ ବ୍ୟବହାର କରି ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ଖାଲି କରିଥିଲେ । ଅଭିଯୋଗ ପାଇ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହକାରେ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି