Masthead

୪ଘଣ୍ଟା ପର୍ଯ୍ୟନ୍ତ ଘରେ ବନ୍ଦ ରହିଲେ ହରିୟାଣା ମୁଖ୍ୟମନ୍ତ୍ରୀ

ହରିୟାଣା (ବଡ଼ ଖବର ବ୍ୟୁରୋ):ହରିୟାଣାର ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ମହେନ୍ଦ୍ରଗଡରେ ଜନ ସଂବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାରି ମଧ୍ୟରେ ଏକ ଗାଁକୁ ଉପତହସିଲର ମାନ୍ୟତା ଦେବା ପରେ ଅନ୍ୟ ଗ୍ରମର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ୪ଘଣ୍ଟା ପର୍ଯ୍ୟନ୍ତ ଏକ ଘରେ ବନ୍ଦକରି ରଖାଯାଇଥିଲା । ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ରାତ୍ରି ବିଶ୍ରାମରେ ଥିବା ଘର ସମ୍ମୁଖରେ ନାରାବାଜି କରିଥିଲେ । ନାରାବାଜି କରୁଥିବା ଲୋକଙ୍କୁ ପୋଲିସ ଅନେକ ବୁଝାଇବା ପରେ ମଧ୍ୟ ସେମାନେ ବୁଝିନଥିଲେ । ଏହାରି ମଧ୍ୟରେ ଅଟେଲିର ବିଧାୟକ ସିତାରାମ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ । କିନ୍ତୁ ଗ୍ରାମବାସୀ ବିଧାୟକଙ୍କ ବିରୁଧରେ ମଧ୍ୟ ନାରାବାଜି ଆରମ୍ଭ କରିଦେଲେ । ପୂର୍ବ ଶିକ୍ଷାମନ୍ତ୍ରୀ ରାମବିଲାସ ଶର୍ମା ମଧ୍ୟ ଆସି ଗ୍ରାମବାସୀଙ୍କୁ ବୁଝାଇଥିଲେ । ଗ୍ରାମବାସୀ ତାଙ୍କ ବିରୁଧରେ ମଧ୍ୟ ନାରାବାଜି କରିଥିଲେ । ସ୍ଥିତି ରାତିରୁ ସକାଳ ପର୍ଯ୍ୟନ୍ତ ଏହିଭଳି ରହିଥାଏ । ଗ୍ରାମବାସୀଙ୍କୁ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଘଉଡାଇ ଦେଇଥିଲେ ।

ସ୍ଥାନର ସ୍ଥିତିକୁ ଦେଖି ସିଆଇଡି ବିଭାଗର ଡିଜିପିଙ୍କ ସମେତ ଅନ୍ୟ ଅଧିକାରୀ ମଧ୍ୟ ସେଠାରେ ପହଞ୍ଚିବାରେ ଲାଗିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କୌଣଷି ଅଭାବ ନହେଉ ତେଣୁ ଅତିରିକ୍ତ ପୋଲିସ ବଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସ୍ଥିତି ଖରାପ ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ଗ୍ରାମର କିଛି ଲୋକଙ୍କୁ କଥାହେବା ପଇଁ ଭିତରକୁ ଡାକିଥିଲେ । ଲମ୍ବା ସମୟର ଆଲୋଚନା ପରେ ଶେଷରେ ମୁଖ୍ୟମନ୍ତ୍ରୀ ଅଶ୍ୱସନା ଦେଇଥିଲେ କି ତାଙ୍କୁ ସ୍ଥିତି ସମ୍ବନ୍ଧରେ ଜଣାନଥିଲା । ସେ ନିଜ ଘୋଷଣାରେ ପରିବର୍ତନ କରି କହିଛନ୍ତି ଅଟେଲି ମଣ୍ଡି ବିଧାନସଭାର ହେବ ସେତେବେଳେ ଏହାର ସର୍ଭେ କରି ଉଚିତ ସ୍ଥାନକୁ ଉପତହସିଲ ବନାଯିବ । ଏହା ପରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପରବର୍ତୀ କାର୍ଯର୍୍ୟକ୍ରମ ସ୍ଥଳକୁ ଯିବାକୁ ହେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି