Masthead

ଆଇପିଏଲ ଗ୍ରାଣ୍ଡ ଫିନାଲେ, ମୈଦାନରେ ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ

ଅହମଦାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲ ମହାସମରର ଗ୍ରାଣ୍ଡ ଫିନାଲେରେ ଆଜି ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ । ସନ୍ଧ୍ୟା ସାଢେ ୭ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୪ ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଡିଫେଣ୍ଡିଂ ଚାମ୍ପିୟନ ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚରେ କାହାର ପଲ୍ଲା ଭାରି ରହିବ ତାହା କହିବା ଏବେ ମୁସ୍କିଲ । ସବୁଠୁ ଆଶ୍ଚର୍ୟ୍ୟ କଥା ହେଲା ଉଭୟ ଦଳ ଚଳିତ ବର୍ଷ ଆଇପିଏଲର ଉଦଘାଟନୀ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳିଥିଲେ। ଆଉ ଏବେ ଶେଷ ତଥା ଫାଇନାଲ ମ୍ୟାଚ୍‌ ମଧ୍ୟ ଏହିଠାରେ ଖେଳିବାକୁ ଯାଉଛନ୍ତି।

ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ପଞ୍ଚମ ଟ୍ରଫି ଜିତିବା ଲକ୍ଷ୍ୟରେ ଧୋନୀ ବାହିନୀ । ତେବେ ମ୍ୟାଚ ବଦଳାଇ ଦେବାର କ୍ଷମତା ରଖିଥିବା ଶୁଭମନ ଗିଲ ଓ ରସିଦ୍ ଖାନ୍ ଚେନ୍ନାଇ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି । ସେପଟେ ତାରକା ବିହୀନ ସିଏସ୍‌କେ ବୋଲିଂ କ୍ର‌ମରେ ତୁଷାର ଦେଶପାାଣ୍ଡେ, ଦୀପକ ଚହର, ମହେଶ ତୀକ୍ଷ୍‌ଣା, ରବୀନ୍ଦ୍ର ଜାଦେଜା ଓ ମଥିସା ପଥିରଣାଙ୍କଠୁ ଧୋନି ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବାରେ ସଫଳ ହୋଇଛନ୍ତି। ଯୁବ ବୋଲରଙ୍କ ଉପରେ ଧୋନିଙ୍କ ଭରସା ହିଁ ସିଏସ୍‌କେ ପାଇଁ ବଡ଼ ସମ୍ବଳ ହୋଇପାରିଛି। ତେଣୁ ଶୁବମନ ଗିଲ୍‌ଙ୍କୁ ରୋକିବା ପାଇଁ ଧୋନି କାହାକୁ ବ୍ୟବହାର କରିବେ ତାହା ଉପରେ ନଜର ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼