Masthead

ଉତ୍ସବରେ ଯୋଗ ଦେଲେନି ୨୫ ପାର୍ଟି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେପି ସମେତ ୨୫ ଟି ରାଜନୈତିକ ଦଳ ଭାଗ ନେଇଛନ୍ତି । କଂଗ୍ରେସ ସମେତ ୨୧ ଟି ଦଳ ବୟକଟ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ନିର୍ମିତ ସଂସଦ ଭବନ ଉଦଘାଟନ କରିଥିବାରୁ ୨୧ ଟି ବିରୋଧୀ ଦଳ ଉଦଘାଟନ ଉତ୍ସବ ବର୍ଜନ କରିଛନ୍ତି । କିନ୍ତୁ ବିଜେଡି ଏହି ଉତ୍ସବରେ ସାମିଲ ହୋଇଛି ।  ବିରୋଧୀ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଦେଶର ମୁଖ୍ୟ । ଦେଶର ପ୍ରଥମ ନାଗରିକ ।

ସେ ହିଁ ନୂତନ ସଂସଦ ଭବନ ଉଦଘାଟନ କରିବା କଥା । କିନ୍ତୁ ବିଜେପି ବିରୋଧୀଙ୍କ ଦାବିକୁ ଗ୍ରହଣ କରି ନାହିଁ । ଉଦଘାଟନ ଉତ୍ସବରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ, ବିଜେଡି, ଲୋକ ଜନଶକ୍ତି ପାର୍ଟି, ବିଏସପି, ଏସଏଡି, ଜେଡିଏସ , ଟିଡିପି, ୱାଇଏସଆରସିପି , ଉତ୍ସବରେ ଯୋଗ ଦେଇଛନ୍ତି । ଡିଏମକେ , ଆପ, ଶିବସେନା(ଉଦ୍ଧବ ଠାକରେ), ଏସପି, ସିପିଆଇ, ସିପିଆଇ(ଏମ), ଜେଏମଏମ, କେସିଏମ, ଭିସିକେ, ଆରଏଲଡ଼ି, ଆରଜେଡି, ଟିଏମସି, ଜେଡିୟୁ, ଏନସିପି, ଆଇୟୁଏମଏଲ, ଏନସି, ଆରଏସପି, ବିଆରଏସ, ଏମଡିଏମକେ ଭବ୍ୟ ଉଦଘାଟନୀ ଉତ୍ସବକୁ ବର୍ଜନ କରିଛନ୍ତି । ମୋଟ ୫୩୯ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୩୮୨ ଜଣ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।

ଏମାନଙ୍କ ମଧ୍ୟରେ ୩୦୧ କେବଳ ବିଜେପିର । ରାଜ୍ୟସଭାର ୨୩୮ ଜଣଙ୍କ ମଧ୍ୟରୁ ୧୩୧ ଜଣ ଉପସ୍ଥିତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୩ କେବଳ ବିଜେପିର । ୧୩୧ ସଦସ୍ୟ ୫ ଥର ଲେଖାଏଁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି । ସୁପ୍ରିମକୋର୍ଟର ପୂର୍ବତ୍ତନ ମୁଖ୍ୟ ବିଚାରପତି ରାଜନ ଗୋଗୋଇ , ଦୌଡ଼ରାଣୀ ପିଟି ଉଷା, ବିଖ୍ୟାତ ଫିଲ୍ମ ନିଦେ୍ର୍ଦଶକ ଭି ବିଜୟେନ୍ଦ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ