Masthead

ପୋଖରୀରୁ ମାଛ ଧରିବାକୁ ନେଇ ଗଣ୍ଡଗୋଳ

ଆସିକା (ବଡ଼ ଖବର ବ୍ୟୁରୋ): ମାଛଧରିବାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆସିକା ବ୍ଲକ କୋଟିନଡା ଥାନା ଅନ୍ତର୍ଗତ ହରିଡା ପଦର ଗାଁରେ ପୋଖରୀରୁ ମାଛ ଧରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ହରିଡା ପଦର ଗାଁରେ ଏହି ବିବାଦ ଦିର୍ଘ ଦିନ ଧରି ଲାଗିରହିଥିବା ବେଳେ ଆଜି ପୁଣି ଅସନ୍ତୋଷ ଦେଖାଦେଇଛି । ଖବର ପାଇ ଗାଁରେ ଆସିକା, କୋଟିନଡା ଧରାକୋଟ ,ଶେରଗଡ, ସୋରଡ ଏବଂ ପାଟପୁର ଥାନା ଭାରପ୍ରାପ୍ତ ପୋଲିସ ଅଧିକାରୀ ମାନେ ପହଞ୍ଚିଛନ୍ତି । ଗାଁରେ ସ୍ଥିତି ନିୟନ୍ତ୍ରଣ ହେତୁ ପୋଲିସ ମୂତୟନ କରାଯାଇଛି । ପଞ୍ଚାୟତ ପକ୍ଷରୁ ହରିଡାପଡା ଗାଁର ହରିଜନ ସାହିର ଗଣେଶ ଏସଏଚଜି ଗ୍ରୁପ ଦୁଇ ଲକ୍ଷ ଟଙ୍କାରେ ମାଛ ଚାଷ ପାଇଁ ଲିଜ ନେଇଥିଲେ ଓ ଏନେଇ ଉଭୟ ପ୍ରଶାସନ ଓ ସରପଞ୍ଚଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଗ୍ରାମର ଗୋଟିଏ ଗୋଷ୍ଠୀ ବନ୍ଧରେ କାହିଁକି ମାଛ ଚାଷ କରିଛ କହି ପ୍ରତିବାଦ କରିଥିଲା । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ଗାଁରେ ଉତେଜନା କମିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ