Masthead

ପୋଖରୀରୁ ମାଛ ଧରିବାକୁ ନେଇ ଗଣ୍ଡଗୋଳ

ଆସିକା (ବଡ଼ ଖବର ବ୍ୟୁରୋ): ମାଛଧରିବାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆସିକା ବ୍ଲକ କୋଟିନଡା ଥାନା ଅନ୍ତର୍ଗତ ହରିଡା ପଦର ଗାଁରେ ପୋଖରୀରୁ ମାଛ ଧରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ହରିଡା ପଦର ଗାଁରେ ଏହି ବିବାଦ ଦିର୍ଘ ଦିନ ଧରି ଲାଗିରହିଥିବା ବେଳେ ଆଜି ପୁଣି ଅସନ୍ତୋଷ ଦେଖାଦେଇଛି । ଖବର ପାଇ ଗାଁରେ ଆସିକା, କୋଟିନଡା ଧରାକୋଟ ,ଶେରଗଡ, ସୋରଡ ଏବଂ ପାଟପୁର ଥାନା ଭାରପ୍ରାପ୍ତ ପୋଲିସ ଅଧିକାରୀ ମାନେ ପହଞ୍ଚିଛନ୍ତି । ଗାଁରେ ସ୍ଥିତି ନିୟନ୍ତ୍ରଣ ହେତୁ ପୋଲିସ ମୂତୟନ କରାଯାଇଛି । ପଞ୍ଚାୟତ ପକ୍ଷରୁ ହରିଡାପଡା ଗାଁର ହରିଜନ ସାହିର ଗଣେଶ ଏସଏଚଜି ଗ୍ରୁପ ଦୁଇ ଲକ୍ଷ ଟଙ୍କାରେ ମାଛ ଚାଷ ପାଇଁ ଲିଜ ନେଇଥିଲେ ଓ ଏନେଇ ଉଭୟ ପ୍ରଶାସନ ଓ ସରପଞ୍ଚଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଗ୍ରାମର ଗୋଟିଏ ଗୋଷ୍ଠୀ ବନ୍ଧରେ କାହିଁକି ମାଛ ଚାଷ କରିଛ କହି ପ୍ରତିବାଦ କରିଥିଲା । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ଗାଁରେ ଉତେଜନା କମିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ