Masthead

ସରକାରୀ କାର୍ୟ୍ୟାଳୟରେ ଝୁଲୁଛି ତାଲା

ନାଉଗାଁ (ବଡ଼ ଖବର ବ୍ୟୁରୋ) : ବାରମ୍ବାର ଦାବି ପରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଫିସ୍ ପାଖରେ ଖୋଲିଛି ଉଦ୍ୟାନ କୃଷି କାର୍ଯ୍ୟାଳୟ । ନାଉଗାଁ ବ୍ଲକ ୧୬ଟି ପଞ୍ଚାୟତର କୃଷକମାନଙ୍କୁ ସ୍ୱାବଲମ୍ବୀ କରିବା ଏହି କାର୍ଯ୍ୟାଳୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ମାତ୍ର ଏହି ସରକାରୀ କାର୍ୟ୍ୟାଳୟଟି କେତେବେଳେ ଖୋଲେ ଓ କେତେବେଳେ ବନ୍ଦ ହୁଏ କୌଣସି ଚାଷୀ ଜାଣନ୍ତି ନାହିଁ । ସବୁ ସମୟରେ କାର୍ଯ୍ୟାଳୟ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳେ। ବାବୁମାନେ ତାଙ୍କ ଇଚ୍ଛାରେ ଆସନ୍ତି ଓ ତାଙ୍କ ଇଚ୍ଛାରେ ଯାଆନ୍ତି । ବହୁ ଦୁର ଦୂରାନ୍ତରୁ ଖର୍ଚ୍ଚାନ୍ତ ହୋଇ ଆସି ବାବୁମାନଙ୍କୁ ନ ପାଇ ନିରାଶ ହୋଇ ଫେରୁଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ଚାଷୀମାନଙ୍କ ତରଫରୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼