ଆଇଏସଆଇଙ୍କ ଗୁଇନ୍ଦାଗିରି କରୁଥିବା ନେତା ଯିବେ ଜେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ବୟାନ ହେତୁ ବିବାଦ ବଢିବାରେ ଲାଗିଛି । ସେ କହିଛନ୍ତି ମଧ୍ୟ ପ୍ରଦେଶରେ କଂଗ୍ରେସ ଗାଦିରେ ଆସିଲେ ଆଇଏସଆଇଙ୍କ ପାଇଁ ଗୁଇନ୍ଦାଗିରି କରୁଥିବା ବିଜେପି ଓ ବଜଂରଙ୍ଗଦଳର ପଦ ଅଧିକାରୀଙ୍କ ବିରୋଧରେ ଦେଶଦ୍ରେହର ମାମଲା ହେବ ।ମଧ୍ୟପ୍ରଦେଶରେ ଏହି ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ରାଜ୍ୟରେ ବିଜେପି ୧୭ ଡିସେମ୍ବର ୨୦୧୮ରୁ ୨୦ ମାର୍ଚ୍ଚ ୨୦୨୦ ମଧ୍ୟରେ ୧୫ ମାସକୁ ଛାଡିକରି ଆଠ ଡିସେମ୍ବର ୨୦୦୩ ରୁ ପାଖାପାଖି ୧୮ ବର୍ଷ ହେବ ଗାଦିରେ ଅଛି । ଦିଗବିଜୟ ସିଂହ ଖଣ୍ଡବା ରେ କହିଛନ୍ତି , ଯଦି କଂଗ୍ରେସ (ମଧ୍ୟପ୍ରଦେଶରେ) ଗାଦିକୁ ଆସିଲା ତେବେ ଭ୍ରଷ୍ଟାଚାରର ସବୁ ମାମଲା ଖୋଲାଯିବ ଓ ଦାୟିତ୍ୱ ସ୍ଥିର କରାଯିବ ।

ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ବଜରଙ୍ଗ ଦଳ ଓ ବିଜେପିର ଲୋକଙ୍କ ବିରୋଧରେ ଦେଶଦ୍ରେହର ମାମଲା ହେବ ଓ ତାଙ୍କୁ ଜେଲ ପଠାଯିବ ।ସେ ବିଜେପି ବଜରଙ୍ଗ ଦଳର କିଛି ଲୋକଙ୍କ ଉପରେ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଦୋଶ ଲଗାଇଛନ୍ତ । ଦିଗବିଜୟ ସିଂହ ନୂତନ ସଂସଦର ପିଏମ ମୋଦିଙ୍କ ହାତରେ ଉଦଘାଟନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତା କହିଥିଲେ ବିଜେପି ଏକ ଆଦିବାସୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି ବନିବାର ଶ୍ରେୟ ନେଲେ । କିନ୍ତୁ ସେ ଚାହୁଁନଥିଲେ ଦ୍ରୋପଦୀ ର୍ମୁମୁ ନୂତନ ସଂସଦ ଭବନର ଉଦଘାଟନ କରନ୍ତୁ । ସେ କହିଛନ୍ତି ରାଷ୍ଟ୍ରପତି ଝାଡଖଣ୍ଡରେ ହାଇକୋର୍ଟର ବିଲଡିଙ୍ଗ ଉଦଘାଟନ କରିପାରନ୍ତି କିନ୍ତୁ ଦିଲ୍ଲୀରେ ରହି ମଧ୍ୟ ନୂତନ ସଂସଦ ଭବନର ନୁହେଁ । କାରଣ ମୋଦି ପ୍ରତ୍ୟକ ସ୍ଥାନରେ ନିଜ ଚେହେରା ଦେଖାଇବାକୁ ଚାହୁଁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ