Masthead

ଗେହଲଟ ଓ ସଚିନଙ୍କ ମଧ୍ୟରେ ହେବ ବନ୍ଧୁତା

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ):  ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବ ୟୁପି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ଦୂର କରିବାରେ ଲାଗିପଡିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି ଓ ଆସନ୍ତା କାଲି ଦିଲ୍ଲୀରେ ରାଜସ୍ଥାନର ନେତାଙ୍କ ସହିତ ବୈଠକ କରିବେ । ଏହି ବୈଠକ ସଚିନ ପାଇଲଟଙ୍କ ମନ୍ତବ୍ୟ ପରେ ହେଉଛି ଯେଉଁଥିରେ ସେ କହିଥିଲେ ଯଦି ରାଜ୍ୟ ସରକାର ତାଙ୍କର ୩ଟି ଦାବିକୁ ଏହି ମାସ ଶେଷ ସୁଦ୍ଧା ପୂରଣ ନକରନ୍ତି ତେବେ ସେ ରାଜ୍ୟ ବ୍ୟାପି ଆନେ୍ଦାଳନ ଆରମ୍ଭ କରିଦେବେ । ଗେହଲଟ ଏହି ମାମଲାରେ ଦିଲ୍ଲୀ ଯାଇଛନ୍ତି । ସେ ଆସନ୍ତା କାଲି ରାଷ୍ଟ୍ରୀୟ ରାଜଧାନୀରେ ରହିବେ । ସେଠାରେ ସେ ଗୋବିନ୍ଦ ସିଂହ ଡେଟାସରା ,ରାଜ୍ୟ ପ୍ରଭାରୀ ସୁଖଜିନ୍ଦର ସିଂହ ରଂଧାବା ଓ ସହ-ପ୍ରଭାରୀ କାଜି ମହମ୍ମଦ ନିଜାମୁଦ୍ଦିନ , ଅମୃତା ଧବନ ଓ ବିରେନ୍ଦ୍ର ରାଠୋରଙ୍କ ସହିତ ଖଡଗେଙ୍କୁ ମଧ୍ୟ ଭେଟିବେ ।

ସୂଚନା ମୁତାବକ ଖଡଗେ ପାଇଲଟଙ୍କୁ ମଧ୍ୟ ଭେଟି ପାରନ୍ତି ଓ ଗହଲେଟ ଓ ପାଇଲଟଙ୍କ ମଧ୍ୟରେ ଏକ ଅଲଗା ବୈଠକ ମଧ୍ୟ ହୋଇପାରେ । ପାର୍ଟିର ନେତାମାନେ କହିଛନ୍ତି ରାଜସ୍ଥାନରେ କର୍ଣ୍ଣାଟକର କାହାଣୀ ଦୋହରାଇବା ପାଇଁ ଦୁଇ ନେତାଙ୍କୁ ନିଜ ମତଭେଦ ଦୂର କରିବା ପାଇଁ ଯୋଜନା ଉପରେ ଗମ୍ଭୀର ବିଚାର କରିବାକୁ ପଡିବ, ତେଣୁ ଏହି ବୈଠକ ଡକା ଯାଇଛି । ସୂଚନା ମୁତାବକ ସଚିନ ପାଇଲଟଙ୍କୁ ରାଜସ୍ଥାନରେ ରାଜ୍ୟ ପାର୍ଟି ପ୍ରମୁଖର ପଦ ଦିଆଯାଇପାରେ, କିନ୍ତୁ ଗେହଲଟଙ୍କ ପାର୍ଟି କାର୍ଯ୍ୟର୍କତା । ମାନେ ଏହି ନିଷ୍ପତିରେ ଖୁସି ନାହାନ୍ତି । ଏବେ ଦିଲ୍ଲୀରେ ପାର୍ଟିରନେତା ଚାହୁଛନ୍ତି ଦୁଇ ନେତା ଏକାଠି ହୋଇଯାଆନ୍ତୁ ଓ ବିଧାନସଭା ନିର୍ବାଚନରେ ଏକାଠି ଓଲ୍ଲାନ୍ତୁ । ରାଜସ୍ଥାନରେ ଏହି ବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି