Masthead

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କିରନ ରିଜିଜୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ଥରେ ଅଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ବିଜେପି ସରକାରକୁ ଟାଗେର୍ଟ କରିଥିଲେ । ଏହାର ପ୍ରତିକ୍ରିୟା ରଖିଛନ୍ତି କିରନ ରିଜିଜୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ଥ ସମୟରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ନିନ୍ଦା କରିଛନ୍ତି । ମୋଦିଙ୍କ ପାଇଁ ଗାନ୍ଧିଙ୍କ ଘୃଣା କହି ରିଜିଜୁ କହିଛନ୍ତି ରାହୁଲ ଗାନ୍ଧୀଙ୍କର ଏକମାତ୍ର ଉଦେଶ୍ୟ ଭାରତ ବିଷୟରେ ଖରାପ କଥା କହିବା । ଜଣେ ସାଧାରଣ ଲୋକ ଭାରତର ପ୍ରଧାନମନ୍ତ୍ରୀ ହେବା ରାହୁଲ ଗାନ୍ଧୀ ହଜମ କରିପାରିନାହାନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଦେଶ ଭିତରେ ହେଉ କିମ୍ବା ଦେଶ ବାହାରେ ରାହୁଲ ଗାନ୍ଧୀ ଯେଉଁଠାରେ ଥାଆନ୍ତୁ , ତାଙ୍କର କେବଳ ଗୋଟିଏ କାମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଚ୍ଚା ଦେଖାଇବା ସହିତ ଦେଶକୁ ବଦନାମ କରିବା । ସେ ବୁଝିପାରୁ ନାହାନ୍ତି କାହିଁକି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏତେ ଘୃଣା କରନ୍ତି ଓ ଦେଶ ବିରୋଧରେ କଥା ହୁଅନ୍ତି । ସେ ଜାଣିବା ଉଚିତ ଯେ ଏହି ଦେଶ ତାଙ୍କ ପରିବାରକୁ ସବୁକିଛି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ