Masthead

ମୋଦି ସରକାରଙ୍କ ସପକ୍ଷରେ କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ପୂର୍ବତନ ସାଂସଦ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାରି ମଧ୍ୟରେ ଆମେରିକା ଗସ୍ଥରେ ଅଛନ୍ତି । ଏହି ଯାତ୍ରା ମଧ୍ୟରେ ନିଜ ସମ୍ବୋଧନରେ ରାହୁଲ ଗାନ୍ଧୀ କେନ୍ଦ୍ରରେ ମୋଦି ସରକାରକୁ ଲଗାତାର ଟାର୍ଗେଟ କରୁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଏକ ନିର୍ଣ୍ଣୟକୁ ସମ୍ପୁର୍ଣ୍ଣ ସମର୍ଥନ କରିଛନ୍ତି । ୬ ଦିନିଆ ଆମେରିକା ଗସ୍ଥରେ ଥିବା ରାହୁଲ ଗାନ୍ଧୀ ଭାରତ ଋଷ ସମ୍ପର୍କକୁ ନେଇ କହିଛନ୍ତି , ଋଷ ସହିତ ଆମର ଏକ ସମ୍ପର୍କ ରହିଆସିଛି ଯାହାକୁ ଆମେ ଏଡାଇ ପାରିବା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ରୁଷ ସହିତ ସମ୍ପର୍କକୁ ନେଇ ଆମର ପ୍ରତିକ୍ରିୟା ମଧ୍ୟ ସେହିଭଳି ରହିଥାନ୍ତା ଯେପରି ବିଜେପି କରିଛି ।

ଆମେରିକାର ୱାସିଂଟନରେ ନ୍ୟାସନାଲ ପ୍ରେସ କ୍ଲବରେ ପ୍ରେସ କଂନଫରେନ୍ସ କରିଥିଲେ । ଏହାରି ମଧ୍ୟରେ ତାଙ୍କୁ ପଚରା ଗଲା ,’ ୟୁକ୍ରେନ ଯୁଦ୍ଧର ଆରମ୍ଭ ପରେ ଭାରତ ଋଷ ସମ୍ବନ୍ଧ କୁ କଂଗ୍ରେସ କେଉଁଭଳି ଭାବେ ଅକଳନ କରିବ’ ଏହି ପ୍ରଶ୍ନ ପରେ ମୋଦି ସରକାରକୁ ସର୍ମଥନ କରି ସେ କହିଛନ୍ତି ସେ ମଧ୍ୟ ଏହି ବିଷୟରେ ଏହି ପରି ପ୍ରତିକ୍ରୀୟା ଦେଇଥାନ୍ତେ, ଯେଉଁଭଳି ପ୍ରତିକ୍ରୀୟା ବିଜେପିର ରହିଛି । ଋଷ ସହିତ ଆମର ଏକ ସମ୍ପର୍କ ଅଛି । ଆମେ କିଛି ଜିନିଷ ପାଇଁ ତାଙ୍କ ଉପରେ ନିର୍ଭର ଅଛୁ । ଆମକୁ ତାଙ୍କ ହିତ ପାଇଁ ଭାବିବା ଆବଶ୍ୟକ । ତେଣୁ ମୋର ମଧ୍ୟ ସେହିଭଳି ପ୍ରତିକ୍ରିୟା ରହିବ ଯେଉଁ ଭଳି ଭାରତ ସରକାରର ଅଛି । ଭାରତ ଓ ଅମେରିକା ର ସମ୍ପର୍କ ଉପରେ ଟିପ୍ପଣୀ କରି ରାହୁଲ ଗାନ୍ଧୀ କହିଛନ୍ତି , ଆମେରିକା ସହିତ ଆମ ସମ୍ପର୍କ ମଧ୍ୟ ମହତ୍ୱପୂର୍ଣ୍ଣ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି