Masthead

୨୮ ବର୍ଷ ତଳର କାହାଣୀ ଦୋହରାଇଲା ବାହାନଗା ଦୁର୍ଘଟଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୯୯୫ ମସିହାରେ ମଧ୍ୟ ଏହିଭଳି ଏକ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୩୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ହିରୋଗାବାଦ ଠାରୁ ୧କିମି ଦୂରରେ ପୁରୁଷୋତ୍ତମ ଏକ୍ସପ୍ରେସ ଓ କାଳିନ୍ଦୀ ଏକ୍ସପ୍ରେସ ସହିତ ଧକ୍କା ହୋଇଥିଲା । ପୁରୁଷୋତ୍ତମ ଏକ୍ସପ୍ରେସ ଠିଆ ହୋଇଥିବା ବେଳେ କାଳନ୍ଦୀ ଏକ୍ସପ୍ରେସ ତାକୁ ଧକ୍କା ଦେଇଥିଲା । ତେଣୁ ଏହାର ୫ଟି ବଗି ସମ୍ପୁର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ପୁରୁଷୋତ୍ତମ ଏକ୍ସପ୍ରେସର ୩ ଓ କାଳିନ୍ଦୀ ଏକ୍ସପ୍ରେସର ୬ ବଗି ଦୁର୍ଘଟଣା କାରଣରୁ ଲାଇନଚ୍ୟୁତ ହୋଇଥିଲା । ରାତି ସମୟ ହୋଇଥିବାରୁ ସବୁ ଯାତ୍ରୀ ନିଘୋଡ ନିଦରେ ସୋଇଥିବା ବେଳେ ସେମାନେ ଏହା ଅନୁମାନ ମଧ୍ୟ ଲଗାଇ ନଥିବେ ସେଦିନ ରାତିର ସେଇ ନିଦ ତାଙ୍କୁ ଶେଷନିଦ୍ରାରେ ସୁଆଇ ଦେବବୋଲି । ଆଜି ଇତିହାସ ପୁଣି ଦୋହରେଇଛି ଠିକ ସେହିପରି ସାଲିମାର ଓ କରମଣ୍ଡଳ ବାହାନଗା ରେଳ ଦୁର୍ଘଟଣା । ଆଜି ଲୁହ ଓ ଲହୁ ଏକାଠି ହୋଇଛି ବାହାନଗା ରେଳ ଦୁର୍ଘଟଣାରେ । ପାଖାପାଖି ୩୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା