Masthead

ପୁଣି ଓଡ଼ିଶା ଆସିବେ ଦିଦି

କୋଲିକତା (ବଡ଼ ଖବର ବ୍ୟୁରୋ): ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିରେ ମୃତାହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଶ୍ଚିମବଙ୍ଗ ବାସିନ୍ଦା । ଏବେବି ପଶ୍ଚିମବଙ୍ଗର ଅଧିକଂଶ ଆହତ କଟକ ଓ ଭୁବନେଶ୍ବରର ଏକାଧିକ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି।  ଅସୁସ୍ଥଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଓଡିଶା ଆସୁଛନ୍ତି । ଆସନ୍ତା ବୁଧବାର ଭୁବନେଶ୍ବର ଓ କଟକରେ ଆହତଙ୍କୁ ଭେଟିବେ ମମତା । ପରେ ଆହତଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ରାଶି ସହ ସରକାରୀ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ ।

ଏନେଇ ମମତା ଆଜି କୋଲକାତାରେ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜେ ସୂଚନା ଦେଇଛନ୍ତି ।ମମତା ଆଜି ଏହି ଘୋଷଣା ସହ ପୁଣି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରର ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି ମମତା, ସେ କହିଛନ୍ତି ଏବେ ମୃତାହତଙ୍କ ପରିବାର କଥା ଚିନ୍ତା କରିବାର ସମୟ । ଅନେକ ଲୋକ ସେମାନଙ୍କର ହାତ ଓ ଗୋଡ ହରାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା