Masthead

WTC ଫାଇନାଲ: ବୋଲିଂ କରୁଛି ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟରୋ) : ଇଂଲଣ୍ଡର ଓଭାଲରେ ଆରମ୍ଭ ହୋଇଛି ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ । ଫାଇନାଲ ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ସୁଇଂ ଓ ପେସକୁ ସୁହାଉଥିବା ଏହି ପିଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆର ଦଳ ୫୦ ରନ୍ ଅତିକ୍ରମ କରିଛି । ଗୋଟିଏ ୱିକେଟ୍ ହରାଇ ଦଳ ୧୮ ଓଭରରେ ୬୦ ରନ୍ ସଂଗ୍ରହ କରିଛି। ଲାବୁଶେନ୍ ଓ ଓ୍ବାର୍ଣ୍ଣର କ୍ରିଜରେ ଅଛନ୍ତି । ୱାର୍ଣ୍ଣର ୩୯ ରନ୍ ସଂଗ୍ରହ କରିଥିବା ବେଳେ ଲାବୁଶେନ ୩୯ ରନ ସଂଗ୍ରେହ କରି ଖେଳୁଛନ୍ତି ।

ଭାରତ ବୋଲିଂ ଆକ୍ରମଣରେ ପରିବର୍ତ୍ତନ ଆଣିବାପାଇଁ ଶାର୍ଦ୍ଦୁଲ ଠାକୁର ଏବଂ ଉମେଶ ଯାଦବଙ୍କୁ ସୁଯୋଗ ଦେଇଛି। ତେବେ ଭାରତ ପାଇଁ ପ୍ରଥମ ଓ୍ବିକେଟ ମହମ୍ମଦ ସିରାଜଙ୍କୁ ମିଳିଛି । ଭାରତ ଆଜିର ମ୍ୟାଚ୍‌ରେ ନିଜ ବୋଲିଂ ଆଟାକରେ ପରିବର୍ତ୍ତନ କରିଛି। ଦୁଇ ସ୍ପିନର ଓ ୩ ଦ୍ରୁତ ବୋଲର ପରମ୍ପରାରେ ଟିମ ମ୍ୟାନେଜମେଣ୍ଟ ରୋକ ଲଗାଇଛି। ଆଜି ଦଳ ଚୂଡ଼ାନ୍ତ ଏକାଦଶରେ ୪ ଦ୍ରୁତ ବୋଲରଙ୍କୁ ସାମିଲ କରିଥିବା ବେଳେ ରବିଚନ୍ଦ୍ର ଅଶ୍ୱିନ ପ୍ଲେଇଂ ଇଲେଭେନରୁ ବାଦ ପଡ଼ିଛନ୍ତି।

ଟିମରେ ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଦ୍ରୁତ ବୋଲର ଭାବେ ସାମିଲ ଅଛନ୍ତି । ସେହିପରି ଈଶାନ କିଶନ ମଧ୍ୟ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି । ତେବେ ଦଳରେ ଏକମାତ୍ର ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ସାମିଲ ହୋଇଛନ୍ତି । ସେପଟେ ସୁଇଂ ଓ ପେସକୁ ଦ୍ରୁଷ୍ଟିରେ ରଖି ପ୍ରଥମେ ବୋଲିଂ କରିବା ପାଇଁ ଚାହୁଁଥିଲେ କଙ୍ଗାରୁ। ହେଲେ ଟସ୍‌ ହାରିବାରୁ ତାଙ୍କ ଦଳ ପ୍ରଥମେ ବ୍ୟାଟିଂ କରିଛି । ଚୂଡ଼ାନ୍ତ ଏକାଦଶରେ ଜୋଶ ହେଜେଲଉଡ ନଥିବାରୁ ନୂତନ ଖେଳାଳି ସ୍କଟ ବୋଲାଣ୍ଡ ସ୍ଥାନ ପାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ