Masthead

ନିଶାସକ୍ତ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ଏକାଧିକ ଗାଡ଼ିକୁ ପିଟିଲା କାର

କଟକ(ବଡ଼ ଖବର ବ୍ୟୁରୋ): ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା । ଏକାଧିକ ଗାଡ଼ିକୁ ପିଟିଲା କାର । କଟକରେ ଘଟିଛି ସିରିଜ ଦୁର୍ଘଟଣା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏକାଧିକ ବ୍ୟକ୍ତିଙ୍କ ସହ ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି । ଗତକାଲି ଜଣେ କାର୍‌ ଚାଳକ କଟକ ସହରରେ ଦ୍ରୁତ ଯାଉଥିଲେ। ଏହା ମଧ୍ୟରେ ଭାରସାମ୍ୟ ହରାଇ ସେ ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ ବହୁ ଗାଡ଼ି ସହ ଧକ୍କା କରି ଘଟଣାସ୍ଥଳରୁ ପଳାଇଥିଲେ।

କଟକ ବାରବାଟୀ ଷ୍ଟାଡିୟମ ଠାରୁ ଗାଡି ଦ୍ରୁତଗତରେ ଚଳାଇ ଆସି ରାଜେନ୍ଦ୍ର ନଗରରେ ରଖି ଚାଳକ ଭୟରେ ଘରେ ପଶିଯାଇଥିଲେ । ସେହି ସମୟରେ ଶତାଧିକ ଲୋକ ଉପସ୍ଥିତ ରହି ଗାଡି ଭଙ୍ଗାରୁଜା କରିଥିଲେ। ପୁଲିସ ପହଞ୍ଚି ପରିସ୍ଥିତିକୁ ଆ ୟତ୍ତ କରିବା ସହ ପୁଲିସ କାରଚାଳକକୁ ନିଜ ଗାଡିରେ ମଧୁପାଟଣା ଥାନାକୁ ନେଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା