Masthead

ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ; ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋହାଲି ଦିନିକିଆକୁ ଜିତି ନୂଆ ରେକର୍ଡ କରିଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ପରେ ଭାରତୀୟ କ୍ରିକେଟ ଟିମ୍ ସବୁ ଫର୍ମାଟ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନତି ହୋଇଛି । ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ କ୍ରିକେଟରେ ଭାରତ ନମ୍ବର ଓ୍ବାନ ସ୍ଥାନରେ ପହଞ୍ଚିଛି । ମୋହାଲିରେ ଖେଳାଯାଇଥିବା ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚକୁ ୫ ଓ୍ବିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଟସ୍ ଜିତି ଭାରତ ବୋଲିଂ ନିଷ୍ପତି ନେଇଥିଲା । ମହମ୍ମଦ ସାମି କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୫ ୱିକେଟ୍ ନେଇଥିଲେ ଏବଂ ଅଷ୍ଟ୍ରେଲିଆକୁ ୨୭୬ ରନରେ ସୀମିତ ରଖିଥିଲେ । ଜବାବରେ ୪୮ ଦଶମିକ ୨ ଓଭରରେ ୫ ୱିକେଟ୍ ହରାଇ ୨୮୧ ରନ୍ ମୁକାବିଲାକୁ ଜିତି ନେଇଥିଲା ଟିମ୍ ଇଣ୍ଡିଆ ।

ଭାରତ ପକ୍ଷରୁ ଶୁଭମନ ବିଲ୍ ସର୍ବାଧିକ ୭୪ ରନ୍ କରିଥିଲେ । ରୁତୁରାଜ ଗାଏକ୍ୱାଡ ୭୧ ରନ, ସୂର୍ୟ୍ୟକୁମାର ଯାଦବ ୫୦ ରନ୍ ଏବଂ ଅଧିନାୟକ ଲୋକେଶ ରାହୁଲ ଅପରାଜିତ ୫୮ ରନ୍ କରିଥିଲେ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ୫୨ ରନ୍, ଜୋଶ୍ ଇଙ୍ଗଲିସ୍ ୪୫ ରନ୍, ଷ୍ଟିଭ୍ ସ୍ମିଥ୍ ୪୧ ରନ୍ ଏବଂ ମାର୍ନସ ଲାବୁସେନ୍ ୩୯ ରନ୍ କରିଥିଲେ । ଭାରତ ପକ୍ଷରୁ ଦମଦାର ବୋଲିଂ ଜରିଆରେ ସାମି ୫ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ତେବେ ଭାରତ ପ୍ରଥମେ ଦିନିକିଆକୁ ଜିତି ପାକିସ୍ତାନକୁ ପଛରେ ପକାଇ ଦେଇଛି। ପାକିସ୍ତାନ ୧୧୫ ପଏଣ୍ଟ ସହ ୧ନଂରୁ ୨ନଂ ସ୍ଥାନକୁ ଖସି ଯାଇଛି। ଭାରତ ୧୧୬ ପଏଣ୍ଟ ସହ ୧ନଂ ସ୍ଥାନ ଦଖଲ କରିଛି। ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ୪ର୍ଥ ସ୍ଥାନରେ ସାଉଥ ଆଫ୍ରିକା, ୫ମରେ ଇଂଲଣ୍ଡ, ୬ଷ୍ଠରେ ନ୍ୟୁଜିଲ୍ୟାଣ୍ଡ, ୭ମରେ ବାଂଲାଦେଶ, ୮ମରେ ଶ୍ରୀଲଙ୍କା, ୯ମରେ ଆଫଗାନିସ୍ତାନ ଓ ୧୦ମରେ ୱେଷ୍ଟଇଣ୍ଡିଜ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ