Masthead

ରାଜଧାନୀ ଉପକଣ୍ଠବାସୀଙ୍କ ଦୁଃଖ କହିଲେ ନସରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗାଁର ବିକାଶ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ ଜନତା ଏହାର କେତେ ସୁଫଳ ପାଉଛନ୍ତି ତାହା ଭୂବନେଶ୍ୱର ବ୍ଲକ ଦାଢା ପଞ୍ଚାୟତରେ ଜଳ ଜଳ ଦେଖାଯାଉଛି । ଦୀପତଳ ଅନ୍ଧାରରେ ଅଛନ୍ତିି ରାଜଧାନୀ ଉପକଣ୍ଠ ଦାଢା ପଞ୍ଚାୟତବାସୀ । ୧୫ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ଜନସଂଖ୍ୟା ୪ହଜାରରୁ ଅଧିକ । ବିକାଶଠାରୁ ବହୁ ଦୂରରେ ଦାଢା ଅଞ୍ଚଳବାସୀ । ଭତ୍ତା ଠାରୁ ଅରମ୍ଭ କରି ରାସନକାର୍ଡ ପର୍ଯ୍ୟନ୍ତ ସବୁଥିରେ ଅନିୟମିତତା ହୋଇଥିବା ଅଭଯୋଗ କରିଛନ୍ତି ପଞ୍ଚାୟତବାସୀ । ଏମିତିକି ପଞ୍ଚାୟତରେ ସ୍ଥାୟୀ ସରପଞ୍ଚ ନଥିବା ମଧ୍ୟ କହିଛନ୍ତି ଏମାନେ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନଶୁଣାଣି ବେଳେ ଲିଖିତ ଅଭିଯୋଗ କରିଛନ୍ତି ଦାଢା ପଞ୍ଚାୟତବାସୀ । ଏହି ଅବସରରେ ସାଂସଦ କହିଛନ୍ତି କି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମନେ ଅଛି , କୋଭିଡ଼ କଟକଣା ପରେ ଅଧୁରା କାମକୁ ତ୍ୱରାନ୍ୱିତ କରାଯିବା ସହ ଘର ଘର ବୁଲି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ