Masthead

ଥାନାରେ ଗଢ଼ୁଛି ଏକାଧିକ ସଙ୍ଗୀନ ମାମଲା

ମୁରିବାହାଲ (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ମୁରିବାହାଲା ଥାନାରେ ଗଢ଼ୁଛି ଏକାଧିକ ସଙ୍ଗୀନ ମାମଲା । ହାତବାନ୍ଧି ବସିଛନ୍ତି ଅଧିକାରୀ । ନିରାଶ ହେଉଛନ୍ତି ଅଭିଯୋଗକାରୀ । ଚୋରି, ଡକାୟତି, ରାହାଜାନୀ, ଦୁଷ୍କର୍ମ ଓ ମରଣାନ୍ତକ ଆକମଣ ଭଳି ସଙ୍ଗୀନ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି । । ପୋଲିସ ଠିକରେ ତଦନ୍ତ କରୁନଥିବା କହିଛନ୍ତି ସ୍ଥାନୀୟ ଲୋକେ । ସମ୍ପୃକ୍ତ ଥାନାର ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଧୀରେ ଧୀରେ କମିବାକୁ ଲାଗିଛି ।

ପୂର୍ବରୁ ମୁରିବାହାଲାରେ ଫାଣ୍ଡିଥିଲା । ୨୦୧୬ ଡିସେମ୍ବର ୧୨ରୁ ଏହା ଥାନା ହୋଇଛି । ଏହି ଥାନା ଅଧୀନରେ ୧୭ଟି ପଞ୍ଚାୟତର ୧୩୦ ରାଜସ୍ୱ ଗ୍ରାମ ଓ ୩୦ଟି କ୍ଷୁଦ୍ରଗ୍ରାମ ଆସୁଛି । ୨୦୧୭ରେ ୧୪୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ୧୪୪, ୨୦୧୯ରେ ୨୭୦ ଓ ୨୦୨୦ ଅକ୍ଟୋବର ପହିଲା ସୁଦ୍ଧା ୨୪୧ଟି ମାମଲା ରୁଜୁ ହୋଇଛି । ଅଭିଯୋଗକାରୀଙ୍କୁ ମିଳୁନାହିଁ ନ୍ୟାୟ । କାଁ ଭାଁ ହାତଗଣତି କେତୋଟି ମାମଲାର ସମାଧାନ ହେଉଥିବା ବେଳେ ବାକି କେସ ପଡ଼ିରହିଛି । ଅପରାଧୀଙ୍କ ସହ ସାଲିସ କରି କିଛି ଅସାଧୁ ପୋଲିସ କର୍ମଚାରୀ ଲାଞ୍ଚ ନେବା ଭଳି ସଙ୍ଗୀନ ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ । ଅଧିକାଂଶ ମାମଲାର ରଫାଦଫା ମଧ୍ୟ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା