Masthead

ମନି ଲଣ୍ଡରିଂ ମାମଲା, ତାମିଲନାଡ଼ୁ ଶକ୍ତିମନ୍ତ୍ରୀ ଗିରଫ

ତାମିଲନାଡ଼ୁ (ବଡ଼ ଖବର ବ୍ୟୁରୋ):  ବେଆଇନ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଇଡି ଗିରଫ କରିଛି । ଏଥିସହିତ ବାଲାଜୀଙ୍କ କିଛି ସ୍ଥାନରେ ଯାଞ୍ଚ ଏଜେନ୍ସି ଦ୍ୱାରା ରେଡ୍ କରାଯାଇଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମନ୍ତ୍ରୀଙ୍କ ଛାତି ଯନ୍ତ୍ରଣା ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ଆଣିବା ବେଳେ ମନ୍ତ୍ରୀ ଭୋ ଭୋ ହୋଇ କାର ଭିତରେ କାନ୍ଦୁଥିବା ଦେଖିବାକୁ ମିଳିଛି ।

ଯାଞ୍ଚ ଏଜେନି ଯେଉଁ ସମୟରେ ବାଲାଜୀଙ୍କ ଘରେ ଚଢ଼ାଉ କରିଥିଲେ ସେହି ସମୟରେ ମନ୍ତ୍ରୀ ମର୍ଣ୍ଣିଂ ୱାର୍କରେ ଯାଇଥିଲେ । ଇଡି ରେଡ୍ ବିଷୟରେ ସୂଚନା ପାଇବା ପରେ ସେ ସଙ୍ଗେସଙ୍ଗେ ଟ୍ୟାକ୍ସି ଯୋଗେ ଘରକୁ ଫେରିଆସିଥିଲେ । ଚଢ଼ାଉ କରାଯିବାର ଗୋଟିଏ ଦିନ ପରେ ବାଲାଜୀଙ୍କୁ ଇଡି ଗିରଫ କରିଛି । ରାଜଧାନୀ ଚେନ୍ନାଇ ସ୍ଥିତ ବାସଭବନ ବ୍ୟତୀତ ପୈତୃକ ଘରେ ମଧ୍ୟ ରେଡ୍ କରାଯାଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା